କନକ ବ୍ୟୁରୋ : ହଲୁନି ଫାଇଲ, ଅଫିସ ପୂରା ଖାଁ ଖାଁ । ବିଏମସି ଅଫିସରେ ନାହାନ୍ତି କେହି ଓଏଏସ୍ ଅଧିକାରୀ । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅମାନବୀୟ ଆକ୍ରମଣ ଘଟଣାରେ କାମ ବନ୍ଦ ଡାକରା ଦେଇଛି ଓଡ଼ିଶା ପ୍ରଶାସନିକ ସେବାସଙ୍ଘ । କାର୍ପଟଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଏଏସ୍ ସଂଘ । ଯାହାର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।
ଅଫିସ୍ରେ ନାହାନ୍ତି ଅଫିସର । ଚେୟାର ସବୁ ଖାଲି ପଡ଼ିଛି । ସବୁ ଅଫିସ୍ ଏବେ ଖାଁ ଖାଁ । ଦୁଇ ଦିନ ହେବ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଏଭଳି ସ୍ଥିତି । ଅଫିସ୍ ଆଗରେ ବିଭିନ୍ନ କାମ ପାଇଁ ଲୋକଙ୍କ ଗହଳି ଲାଗୁଛି । ମାତ୍ର ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି । ଫଳରେ ସମସ୍ୟା ନେଇ ଆସୁଥିବା ଲୋକ ନିରାଶ ହେଉଛନ୍ତି । ଯେଉଁ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉଛି ସେପର୍ଯ୍ୟନ୍ତ ଓଏଏସ୍ ଅଧିକାରୀଙ୍କ ସମୂହ ଛୁଟି ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି ।