ବଢିଲା ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କ ଅଡ଼ୁଆ, ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନାରେ ହାଜର

ନିଜ ଓକିଲଙ୍କ ସହ ଥାନାକୁ ଆସିଛନ୍ତି ସାର୍ଥକ ସୌରଭ। ପତ୍ନୀ ଅର୍ଚ୍ଚନାଙ୍କ ଅଭିଯୋଗ ପରେ, ମାମଲା ରୁଜୁ କରି ଖୋଳତାଡ଼ କରୁଛି ପୁଲିସ। ଗତକାଲି ବିଏନଏସ ୧୮୦ରେ ଅର୍ଚ୍ଚନା ଦାସଙ୍କର ବୟାନ ରେକର୍ଡ କରିଥିଲା ପୁଲିସ

73

କନକ ବ୍ୟୁରୋ :  ବଢିଲା ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କ ଅଡ଼ୁଆ। ପତ୍ନୀଙ୍କୁ ନିର୍ୟାତନା ନେଇ ବିବାଦୀୟ ହୋଇଥିବା ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି । ନୋଟିସ ପାଇ ହାଜର ହେବା ପରେ ମହିଳା ଥାନା ଆଇଆଇସି ପଚରାଉଚରା କରୁଛନ୍ତି । ନିଜ ଓକିଲଙ୍କ ସହ ଥାନାକୁ ଆସିଛନ୍ତି ସାର୍ଥକ ସୌରଭ। ପତ୍ନୀ ଅର୍ଚ୍ଚନାଙ୍କ ଅଭିଯୋଗ ପରେ, ମାମଲା ରୁଜୁ କରି ଖୋଳତାଡ଼ କରୁଛି ପୁଲିସ। ଗତକାଲି ବିଏନଏସ ୧୮୦ରେ ଅର୍ଚ୍ଚନା ଦାସଙ୍କର ବୟାନ ରେକର୍ଡ କରିଥିଲା ପୁଲିସ

ସୌରଭଙ୍କ ଅଡ଼ୁଆ ବଢିଲା
ବିବାଦରେ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର
ନିର୍ୟାତନା ନେଇ ଅଭିଯୋଗ କରିଛନ୍ତି ପତ୍ନୀ ଅର୍ଚ୍ଚନା
ପୁଅ ଜନ୍ମ ପରଠୁ ସାର୍ଥକ ଦେଖା କରିନଥିବା ଅଭିଯୋଗ କରିଛନ୍ତି
୨ ମାସ ତଳେ ଶିଶୁ ଜନ୍ମ ହୋଇଛି
ଶାଶୂ ଓ ନଣନ୍ଦଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା
ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି
କାଲି ଅର୍ଚ୍ଚନାଙ୍କର ବୟାନ ରେକର୍ଡ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe