କନକ ବ୍ୟୁରୋ: ୩୦ ତାରିଖରୁ ୩ ତାରିଖ । ଅତରିକ୍ତ କମିସନରଙ୍କୁ ମାଡ଼ ମାମଲା ଭିନ୍ନ ମୋଡ ନେଲାଣି । ସରକାର ଅଫିସରଙ୍କୁ ବୁଝାଉଛନ୍ତି, ହେଲେ ଅଫିସର ମାନୁନାହାନ୍ତି ସରକାରଙ୍କ ନିର୍ଦ୍ଦେଶକୁ । ଜଗନ୍ନାଥ ପ୍ରଧାନଙ୍କ ପାଖରେ ଅଟକିଛି ସବୁ କିଛି । 

Advertisment

ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଆକ୍ରମଣ ଘଟଣାରେ ଆହୁରି ପ୍ରତିକ୍ରିୟାଶିଳ ହୋଇଛନ୍ତି ଓଏଏସ ସଂଘ । କାର୍ଯ୍ୟରେ ଯୋଗ ନଦେଇ ଜିଦରେ ଅଟଳ ରହିଛି । ଓଏଏସ ସଂଘ ମେଳି କରି ଶକ୍ତି ପ୍ରଦର୍ଶନ କରିବା ସହ ସରକାରଙ୍କୁ ସିଧା ସିଧା ଚରମବାଣୀ ଶୁଣାଇଛନ୍ତି । ସରକାରଙ୍କ ପାଖରେ  ୩ଟି ଦାବି ରଖିଛି ସଂଘ   :

୧.ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର
୨.ଅଫିସରଙ୍କୁ ସୁରକ୍ଷା ଦିଆଯାଉ
୩. ମାଡ଼ ଘଟଣାକୁ ସାର୍ବଜନୀନ ଭାବେ ସରକାର ନିନ୍ଦା କରନ୍ତୁ 

ସବୁ ଭିତରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି, କିନ୍ତୁ ବନ୍ୟା ଅଂଚଳ ଓ ରଥଯାତ୍ରା କାର୍ଯ୍ୟରେ ସାମିଲ ରହିବେ ଓଏଏସ ଅଫିସର । ସଂଘର ସଭାପତି କହିଛନ୍ତି ତିନି ଦିନ ଭିତରେ ତଦନ୍ତ ସାରି ସରକାର ଆକ୍ସନ ନେବା ଦରକାର । ଜିଦରେ ଅଟଳ ଥିବା  ଅଫିସର ସଂଘକୁ ଲଗାତର ଭାବେ ବୁଝାଇ ଚାଲିଛନ୍ତି ସରକାର । କିନ୍ତୁ ନଝୋଡବନ୍ଧା ସଂଘ । ଅଫିସର କାର୍ଯ୍ୟରେ ଯୋଗ ଦିଅନ୍ତୁ  ବୋଲି ପୁଣି ଥରେ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।