ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ; ମୁଖ୍ୟ କାର୍ପଟଦାରଙ୍କୁ ଗିରଫ ଦାବିରେ ଅଡ଼ି ବସିଲେ ଓଏଏସ୍ ସଂଘ

ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା । କାର୍ପଟଦାରଙ୍କ ଗିରଫ ଦାବିରେ ଓଏଏସ ସଂଘ । କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ସେପଟେ ଷ୍ଟାଣ୍ଡିଂ କମିଟି ଓ କର୍ପୋରେଟରଙ୍କୁ ନେଇ ବୈଠକ କରିବେ ମେୟର ।

ଅଦ୍ୟତନ ହୋଇଛି
14

କନକ ବ୍ୟୁରୋ: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ କାର୍ପଟଦାରଙ୍କ ଗିରଫ ଦାବିରେ ଓଏଏସ ସଂଘ । ଆଜି ସୁଦ୍ଧା କାର୍ପଟଦାରଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛି ଓଏଏସ୍ ସଂଘ । ସେପଟେ ଆଜି ପୁଣି ବୈଠକ କରିବେ ବିଏମ୍‌ସି ମେୟର। ଏଥିରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ କର୍ପୋରେଟର ଯୋଗଦେବେ । ବୈଠକରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ତଜର୍ମା କରାଯିବ । ଅତିରିକ୍ତ କମିସନରଙ୍କ ଆକ୍ରମଣ ଘଟଣାକୁ ନେଇ ଗତକାଲି ବିଏମ୍‌ସି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା । ଫଳରେ ସାଧାରଣ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । 

ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କମିସନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିସାରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଦାନଙ୍କୁ ଗିରଫ କରିଛି ପୁଲିସ । ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିସନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାର୍ଯ୍ୟାଳୟରୁ ଘୋଷାଡ଼ି ନେବା ସହ ବିଧା, ଗୋଇଠା ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଅତିରିକ୍ତ କମିସଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିବା କହିଛି କମିସନରେଟ୍ ପୁଲିସ । କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିବେଳେ ଏ ଅଘଟଣ ଘଟିଥିବା ସୂଚନା । ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe