କନକ ବ୍ୟୁରୋ: BeMC  ବୈଠକରେ କମିଶନରଙ୍କୁ ଦୁର୍ବ୍ୟବହାର ଘଟଣା । ଗଞ୍ଜାମ ଜିଲ୍ଲା ଓଏଏସ ସଂଘ ପକ୍ଷରୁ ମେଳି। ସମ୍ପୃକ୍ତ କର୍ପୋରେଟରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି । ଖୁବଶୀଘ୍ର ଏନେଇ ରାଜ୍ୟ ଓଏଏସ ସଂଘକୁ ଅବଗତ କରିବ ଜିଲ୍ଲା ୟୁନିଟ୍ । ଗଞ୍ଜାମ ଅତିରିକ୍ତ ଜିଲ୍ଳାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଜିଲ୍ଲା ଓଏଏସ ସଂଘର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଦୁଇ ଗୋଷ୍ଠୀ କର୍ପୋରେଟରଙ୍କ ମଧ୍ୟରେ ହୋହଲ୍ଲା ହୋଇଥିଲା । କିଛି କର୍ପୋରେଟର ଏହି ସମୟରେ କମିଶନରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା, ଫଳରେ ବୈଠକ ଅଧାରୁ ଉଠି ପଳାଇଥିଲେ କମିଶନର । ଜିଲ୍ଲା ଓଏଏସ ସଂଘ ପକ୍ଷରୁ ଗୁରୁବାର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ବିଇଏମସିକୁ ଯାଇ ସେଠାରେ ସରଜମିନ ତଦନ୍ତ କରିଥିଲା । କମିଶନରଙ୍କୁ କର୍ପୋରେଟରଙ୍କ ଏଭଳି ବ୍ୟବହାର ନିନ୍ଦା ଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ରାଜ୍ୟ ଓଏଏସ ସଂଘକୁ ଅବଗତ କରାଯିବ, ସମ୍ପୃକ୍ତ କର୍ପୋରେଟର ମାନଙ୍କ ଉପରେ ଦୃଷ୍ଟାନ୍ତମୂକଳ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି ।