ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ରେଡ୍ ବେଳେ ତାଙ୍କର ବ୍ରହ୍ମପୁର ଓ ଭୁବନେଶ୍ବରରୁ କିଛି ଫ୍ଲାଟ୍ ଓ ୫ଟି ଦାମୀ ପ୍ଲଟ୍ ମିଳିଥିଲା। ନଗଦ ୩ କୋଟି ୪୨ ଲକ୍ଷ ଟଙ୍କାର ଜମାରାଶି ଓ ୫୧୦ ଗ୍ରାମ୍ ସୁନା ମିଳିଥିଲା। ଯାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଏନ.ଭି. ହରିହର ରାଓ । ଏହାକୁ ଆଧାର କରି ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

yyt

କନକ ବ୍ୟୁରୋ :  ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବାଲେଶ୍ବର ସର୍କଲର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି. ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୧ଟି ସ୍ଥାନରେ ରେଡ୍ ପରେ ଗିରଫ କରିଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କର ବ୍ରହ୍ମପୁର ଓ ଭୁବନେଶ୍ବରରୁ କିଛି ଫ୍ଲାଟ୍ ଓ ୫ଟି ଦାମୀ ପ୍ଲଟ୍ ମିଳିଥିଲା। ନଗଦ ୩ କୋଟି ୪୨ ଲକ୍ଷ ଟଙ୍କାର ଜମାରାଶି ଓ ୫୧୦ ଗ୍ରାମ୍ ସୁନା ମିଳିଥିଲା । ଯାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଏନ.ଭି. ହରିହର ରାଓ । ଏହାକୁ ଆଧାର କରି ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe