କନକ ବ୍ୟୁରୋ: ବାଲେଶ୍ବରରେ ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ୨୦ ବର୍ଷୀୟ ରୋମିଓ ରଞ୍ଜନ ସାମଲ। ଘରେ କେହି ନଥିବା ବେଳେ ଫ୍ୟାନରେ ବେଡ଼ସିଟ ବାନ୍ଧି ଝୁଲିପଡ଼ି ସେ ଆତ୍ମହତ୍ୟା କରିଛନ୍ତି । ବାପା ମୃତୁଞ୍ଜୟ ସାମଲ ହସ୍ପିଟାଲ କର୍ମଚାରୀ ହୋଇଥିବା ବେଳେ ରୋମିଓ ତାଙ୍କର ଏକମାତ୍ର ପୁଅ । ସର୍ଜରୀ ଓଟିରେ ପ୍ରାକ୍ଟିକାଲ ଡ୍ୟୁଟି ଥିବା ବେଳେ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି ।
ତେବେ କାହିଁକି ରୋମିଓ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି। ମୃତଦେହ ବାଲେଶ୍ବର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
-ବାଲେଶ୍ବରରେ ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା
-ମୃତ ଛାତ୍ର ୨୦ ବର୍ଷୀୟ ରୋମିଓ ରଞ୍ଜନ ସାମଲ
-ଘରେ କେହି ନଥିବା ବେଳେ ଝୁଲିପଡ଼ିଲେ ରୋମିଓ
-କାହିଁକି ରୋମିଓ ଆତ୍ମହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ
-ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍