କନକ ବ୍ୟୁରୋ:  ଏକ ତରଫା ପ୍ରେମ ର କରୁଣ ପରିଣତି। ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି, ବିଷ  ପିଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମେଡିକାଲରେ ଡାକ୍ତର ଫେରାଇ ଦେବାପରେ ଘରେ ଏବେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ନର୍ସିଂ ଛାତ୍ରୀ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନାଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଖବର । ଝିଅକୁ ବଞ୍ଚାଇବା ପାଇଁ ବିଭିନ୍ନ ହସ୍ପିଟାଲ ବୁଲିବା ପରେ ନିରାଶ ହୋଇ ଫେରିଛନ୍ତି ପରିବାର ଲୋକ । ରାଇଘର ଅଞ୍ଚଳ ର ଝିଅ ଜୟପୁର ଠାରେ ଏକ କଲେଜ ରେ ବିଏସସି ନର୍ସିଙ୍ଗ ଦ୍ୱିତୀୟ ବର୍ଷ ର ଛାତ୍ରୀ ଥିଲେ । ଭଲ ହଷ୍ଟେଲ ରହି ପାଠ ପଢୁଥିଲେ । ପୋଡ଼ଶୀ ଗାଁର ପୁଅ ସତ୍ୟଜିତ ସରକାର ପୀଡିତା ଛାତ୍ରୀକୁ ଏକ ତୋରଫା ପ୍ରେମ କରୁଥିଲେ । ପୀଡିତା ଙ୍କୁ ଏଥିପାଇଁ ବାରମ୍ବାର ହଇରାଣ କରୁଥିଲେ। ଗତ ଜୁଲାଇ ୧୩ ତାରିଖରେ ଜୟପୁର ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ ସତ୍ୟଜିତ। ଏହାକୁ ନେଇ ଜୟପୁର ଟାଉନ ଥାନାରେ ଏତଲା ଦେଇଥିଲେ ଯୁବତୀ ଜଣଙ୍କ ।

Advertisment

ହେଲେ ପୋଲିସ ଉଭୟଙ୍କୁ ବୁଝାସୁଝା କରି ଛାଡିଦେଇ ଥିଲେ। ୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ ଏଫଆଇଆର ଦେଇଥିଲେ ଏବଂ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ । ଜୟପୁର ପୋଲିସ କିନ୍ତୁ ଘଟଣା କୁ ଅତି ହାଲକା ଭାବେ ନେଇଥିଲେ । ସେପଟେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ। ଏଥିରେ ପୀଡିତା ଲୋକାଲଜ୍ଜା ସହି ନ ପାରି ୧୭ ଜୁଲାଇରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘର ଲୋକ ଘାସମରା ବିଷ ଖାଇବା ଜାଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ହେବା ଯୋଗୁଁ ୨୧ଜୁଲାଇରେ ଡାକ୍ତର ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ଆଉ ଏବେ ଘରେ ଜୀବନ ମରଣ ସହ ଲଢୁଛନ୍ତି ଯୁବତୀ ।