ନର୍ସିଂ ଅଫିସରଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନ ; ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥଲେ ୫ହଜାରରୁ ଅଧିକ ନର୍ସ।

ଆନ୍ଦୋଳନରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ୧୦ ଦଫା ଦାବି ନେଇ ନର୍ସିଂ ଅଫିସରଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନ। ଭୁବନେଶ୍ୱର ଗାନ୍ଧିମାର୍ଗରେ ଏକାଠି ହେଲେ ୫ହଜାରରୁ ଅଧିକ ନର୍ସ।

strike

କନକ ବ୍ୟୁରୋ: ଆନ୍ଦୋଳନରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ୧୦ ଦଫା ଦାବି ନେଇ ନର୍ସିଂ ଅଫିସରଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନ। ଭୁବନେଶ୍ୱର ଗାନ୍ଧିମାର୍ଗରେ ଏକାଠି ହେଲେ ୫ହଜାରରୁ ଅଧିକ ନର୍ସ। 

୨୭ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଛନ୍ତି ଆନ୍ଦୋଳନକାରୀ ନର୍ସ। ୨୭ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ହସ୍ପିଟାଲରେ ତାଲା ବନ୍ଦ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ନଭେମ୍ବର ୧୨, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ବର୍ଷ ଚୁକ୍ତି ଭିତ୍ତିକ ଅବଧୂକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହାସହ ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଏବଂ ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଅଧିକ ସମୟ ଧରି ସେବା ଯୋଗାଇ ଆସୁଥୁବା ବରିଷ୍ଠ ନର୍ସିଂ ଅଫିସରଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି କରିବାକୁ ଦାବି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe