କନକ ବ୍ୟୁରୋ: ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି । 

Advertisment

ଗତ ୪ ଦିନ ହେବ ରାଜ୍ୟବ୍ୟାପୀ ନର୍ସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିଲେ। ୧୦ ଦଫା ଦାବି ପୂରଣ ପାଇଁ ଜିଦରେ ଅଡ଼ି ବସିଥିଲେ ନର୍ସ । ଏପରିକି ସିରିଞ୍ଜ ଛାଡ ଆନ୍ଦୋଳନ କରିବାରୁ ରାଜ୍ୟବ୍ୟାପୀ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। କ୍ୟାବିନେଟ ବୈଠକ ପରେ ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ ନର୍ସିଂ ଅଧକାରୀ। ଏହାପରେ ରାତିରେ  ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ନିର୍ସିଂ ଅଧିକାରୀ ଘୋଷଣା କରିଥିଲେ । 

୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି । ନିୟମିତ ହୋଇନଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରାଯିବା । ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ନିଯୁକ୍ତି ବନ୍ଦ ହେଉ । କେବିକେ ଅଞ୍ଚଳରେ କାମ କରୁଥିବା ନର୍ସିଂ ଅଫିସରଙ୍କୁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ଦିଆଯାଉ । ଆୟୁଷ୍ମାନ କେନ୍ଦ୍ରରେ ଥିବା ସିଏଚଓଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଭଳି ୧୦ ଦଫା ଦାବିରେ ଏହି ଆନ୍ଦୋଳନ କରିଥିଲେ ନର୍ସିଂ ଅଧିକାରୀ।