କନକ ବ୍ୟୁରୋ: ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ସଫଳ ହୋଇଛି । ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି । ଗତ ୪ ଦିନ ହେବ ରାଜ୍ୟବ୍ୟାପୀ ନର୍ସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିଲେ । ୧୦ ଦଫା ଦାବି ପୂରଣ ପାଇଁ ଜିଦ୍‌ରେ ଅଡ଼ି ବସିଥିଲେ ନର୍ସ । ଏପରିକି ସିରିଞ୍ଜ ଛାଡ ଆନ୍ଦୋଳନ କରିବାରୁ ରାଜ୍ୟବ୍ୟାପୀ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା । ଆଜି କ୍ୟାବିନେଟ ବୈଠକ ପରେ ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ ନର୍ସିଂ ଅଧିକାରୀ । 

Advertisment

ଏହାପରେ ରାତି ପ୍ରାୟ ୧୦.୧୫ ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ନିର୍ସିଂ ଅଧିକାରୀ ଘୋଷଣା କରିଥିଲେ । ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି । ନିୟମିତ ହୋଇନଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରାଯିବା । ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ନିଯୁକ୍ତି ବନ୍ଦ ହେଉ । କେବିକେ ଅଞ୍ଚଳରେ କାମ କରୁଥିବା ନର୍ସିଂ ଅଫିସରଙ୍କୁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ଦିଆଯାଉ । ଆୟୁଷ୍ମାନ କେନ୍ଦ୍ରରେ ଥିବା ସିଏଚଓଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଭଳି ୧୦ ଦଫା ଦାବିରେ ଏହି ଆନ୍ଦୋଳନ କରିଥିଲେ ନର୍ସିଂ ଅଧିକାରୀ ।