ଆଜି ବି ଜାରି ରହିବ ନର୍ସଙ୍କ ଆନ୍ଦୋଳନ, ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଆଜି ବି ଜାରି ରହିବ ନର୍ସଙ୍କ ଆନ୍ଦୋଳନ । ଆସନ୍ତାକାଲିଠାରୁ ନର୍ସିଂ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛି । ଯେପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ବୈଠକ ହୋଇନି ଆନ୍ଦୋଳନ ଜାରି ରହିବ ବୋଲି କହିଛି ନର୍ସିଂ ସଂଘ ।

77

କନକବ୍ୟୁରୋ: ଆଜି ବି ଜାରି ରହିବ ନର୍ସଙ୍କ ଆନ୍ଦୋଳନ। ଆସନ୍ତାକାଲିଠାରୁ ନର୍ସିଂ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛି। ଯେପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ବୈଠକ ହୋଇନି ଆନ୍ଦୋଳନ ଜାରି ରହିବ ବୋଲି କହିଛି ନର୍ସିଂ ସଂଘ। ଆଜି ଭିତରେ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରି ଆଲୋଚନା କରିବେ ବୋଲି ଆଶା ରଖିଛି ସଂଘ। 

ଯଦି ଆଲୋଚନା ନହୁଏ କାର୍ଯ୍ୟବନ୍ଦ  ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ସଂଘ। ଗତକାଲି ରାଜ୍ୟ ସରକାରଙ୍କ ସହ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ହୋଇଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଛି।

ଗତକାଲି ହୋଇଥିବା ବୈଠକଲେ ବି ସ୍ବାସ୍ଥ୍ୟ ମନ୍ତ୍ରୀ ଆସିନଥିଲେ। ତାଙ୍କ ବଦଳରେ ସ୍ବାସ୍ଥ୍ୟ ସଚିବ ଆସି ସମୟ ମାଗିଥିଲେ। ଆଉ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସଂଘ। ସରକାରଙ୍କ ଏସମା ଚେତାବନୀ ସତ୍ବେ ଜିଦ୍‌ରେ ଅଟଳ ଅଛନ୍ତି ନର୍ସିଂ କର୍ମଚାରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe