କନକ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ କୁକୁର ମଡ଼କ ।  ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଗତ ୪ରୁ ୫ ଦିନ ଧରି କୁକୁର ମଡ଼କ ଦେଖାଦେଇଛି । ଚତୁଃପାର୍ଶ୍ୱରେ ୩୦ରୁ ୪୦ କୁକୁରଙ୍କୁ ପ୍ରତିଦିନ କେହି ଅଜ୍ଞାତ ବ୍ୟକ୍ତି କୁକୁଡ଼ା ମୁଣ୍ଡ ଓ ମାଂସରେ ବିଷ ଦେଇ କୁକୁର ମାନଙ୍କୁ ମାରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରାଣୀ ସୁରକ୍ଷା କର୍ମୀ ଉଦବେଗ ପ୍ରକାଶ କରିଛନ୍ତି । 

Advertisment

ଅଧିକାଂଶ କୁକୁର ଅସୁସ୍ଥ ହୋଇଯାଉଥିବାବେଳେ କିଛି କୁକୁର ମରି ପଡ଼ିଛନ୍ତି । ଏହି ବୁଲା କୁକୁରଙ୍କ ମୃତ ଶରୀର ବିକ୍ଷିପ୍ତ ଭାବେ ଏଣେତେଣେ ପଡିଥିବା ଦେଖାଯାଇଛି । ଆଜି କିଛି ଗଣମାଧ୍ୟମ ସଂସ୍ଥା ରିପୋର୍ଟ ସଂଗ୍ରହ କରିଥିବା ବେଳେ ବିଏମ୍‌ସି ଅଧୀନରେ ଥିବା ଏଡିଭିଓ, ବିଏମସି ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାର ଏଡିଭିଓ, ଜିଲ୍ଲା ପ୍ରାଣୀ କଲ୍ୟାଣ ବିଭାଗ ଅଧିକାରୀ ସମସ୍ତେ ଚୁପ ରହିଛନ୍ତି । କେଉଁ କାରଣ ଯୋଗୁଁ ଏହି ନିରୀହ ପ୍ରାଣୀ ଗୁଡିକୁ ବିଷ  ଦେଇ ହତ୍ୟା କରାଯାଉଛି ସେ ସମ୍ପର୍କରେ ତଦନ୍ତ କରିବାକୁ ଦାବି ହୋଇଛି ।