କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି ସର୍ପାଘାତ ମାମଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୧୯-୨୫ ବର୍ଷ ମଧ୍ୟରେ ୫୫ଟି ଜୀବନ ସାପକାମୁଡ଼ାରେ ଗଲାଣି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ହେଉଛି ମହାନଦୀ, ତେଲ ନଦୀ, ସାଲୁଙ୍କୀ ଓ ବାଘ ନଦୀ । ଯାହା ସାପଙ୍କ ବାହକ ସାଜିଛି । ପ୍ରବଳ ବର୍ଷା ବେଳେ ସାପ ଭାସି ଆସି ନଦୀକୂଳିଆ ଗାଁରେ ରହି ବଂଶ ବିସ୍ତାର କରନ୍ତି । ପରେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଚାଲି ଆସନ୍ତି । ଏଥିପାଇଁ ବନ ବିଭାଗ ପକ୍ଷରୁ ଜନବସତିରୁ ସାପ ଉଦ୍ଧାର ପାଇଁ କିଛି ସାପଧରାଳିଙ୍କୁ ତାଲିମ ଦିଆଯାଇଛି । ହେଲେ ସାପ ଧରିବା ପାଇଁ ଆବଶ୍ୟକ ସରଞ୍ଜାମ ମିଳିନଥିବା ଅଭିଯୋଗ ହୋଇଛି । 

Advertisment

ସଚେତନତା ଅଭାବରୁ ସାପ କାମୁଡ଼ିଲେ ଡାକ୍ତରଖାନା ପରିବର୍ତ୍ତେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଅନେକ ଗୁଣିଗାରେଡ଼ିକୁ ଭରସା କରୁଛନ୍ତି । ଫଳରେ ଅକାଳରେ ଅନେକଙ୍କ ଜୀବନ ଯାଉଛି । ତେଣୁ ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଆସିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।