କନକ ନ୍ୟୁଜ୍‌:  କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅଗର୍ଦା ଗାଁ ।  ଏବେ ଜଣ୍ଡିସକୁ ନେଇ ଆତଙ୍କିତ ଗ୍ରାମବାସୀ । ଲୋକଙ୍କ ପେଟ ଦରଜ ଏବଂ ଜ୍ୱର ହେବା ସହ ଆଖି ଓ ଗୋଡ଼ହାତ ହଳଦିଆ ପଡ଼ିବା ଭଳି ଲକ୍ଷଣ ଦେଖାଦେଉଛି । କିଛି ଲୋକ ଡାକ୍ତରଖାନାରେ ଚିକିତ୍ସା କରାଉଛନ୍ତି । କିନ୍ତୁ ଅଧିକାଂଶ ଲୋକ ଝଡ଼ାଫୁଙ୍କାକୁ ଭରସା କରୁଥିବା  ଦେଖିବାକୁ ମିଳୁଛି । 

Advertisment

ମାସେରୁ ଅଧିକ ସମୟ ଧରି ଗାଁରେ ଏହି ରୋଗ ଆତଙ୍କ ସୃଷ୍ଟି କରିଛି । ଦୂଷିତ ପାନୀୟଜଳ ଯୋଗୁ ଜଣ୍ଡିସ ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ହେଲେ ଏଯାଏଁ ଗାଁରେ କୌଣସି ଡାକ୍ତରୀ ଦଳ ପହଞ୍ଚି ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ରୋଗ ନିରାକରଣର ବ୍ୟବସ୍ଥା କରିବା ନିହାତି ଜରୁରୀ ହୋଇପଡ଼ିଛି।