କନକ ବ୍ୟୁରୋ : ବାଜିରେ ଲାଗିଛି ନୂଆପଡା । ସମ୍ମାନର ବାଜି ଜିତିବାକୁ ସବୁ ବଳ କୌଶଳ ପ୍ରୟୋଗ କଲେଣି ତିନି ରାଜନୈତିକ ଦଳ । ଆଗକୁ ପ୍ରଚାର ମିଟର ବଢାଇବାକୁ ଓହ୍ଲାଇବେ ରଥୀ ମହାରଥୀ । ନୂଆପଡା କହିବ କାହାର ଲୋକପ୍ରିୟତା କେତେ? ସେପେଟେ ଆଜିଠାରୁ ଆରମ୍ଭ ହୋଇଛି ହୋମ୍ ଭୋଟିଙ୍ଗ ।
ନୂଆପଡାରେ ବଢିଲାଣି ନିର୍ବାଚନୀ ପାରଦ । ଘମୋଘୋଟ ଚାଲିଛି ପ୍ରଚାର । ବଳ କଷାକଷି ହେଉଛନ୍ତି ବିଜେପି-ବିଜେଡି- କଂଗ୍ରେସ । ଆଉ ପ୍ରଚାରର ବୁଷ୍ଟର ଡୋଜ ଦେବାକୁ ମଇଦାନକୁ ଓହ୍ଲାଇବେ ବଜେପିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେଡି ମଙ୍ଗୁଆଳ ନବୀନ ପଟ୍ଟନାୟକ । ନୂଆପଡା ମୁକାବିଲା ମଇଦାନରେ ଆମନା ସାମ୍ନା ହେବେ ଏହି ଦୁଇ ହେଭିଓ୍ବେଟ । ଆସନ୍ତା ସପ୍ତାହରେ ଦୁଇଦିନିଆ ପ୍ରଚାରରେ ଯିବେ ମୋହନ ମାଝୀ । ଅନେକ ସ୍ଥାନରେ ସମାବେଶ ସହିତ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ସେହିପରି ନବୀନ ପଟ୍ଟନାୟକ ଆସନ୍ତା ୩ ଓ ୭ ତାରିଖରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ବାଚନମଣ୍ଡଳୀରେ ଏ ପରୀକ୍ଷା ହେବ ।
ଗ୍ରାଉଣ୍ଡରେ ପୂରା ଦମରେ ପ୍ରଚାର ଚଳେଇଛି କଂଗ୍ରେସ । ବିଜେପି- ବିଜେଡିକୁ ମାତ ଦେବାଲାଗି ଆଗକୁ କଂଗ୍ରେସର ରଥୀ ମହାରଥୀ ପ୍ରାର୍ଥୀ ଘାସୀରାମ ମାଝୀଙ୍କ ପାଇଁ ପ୍ରଚାର କରିବେ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଚାରରେ ସାମିଲ ହୋଇପାରନ୍ତି । ସେହିପରି ରାଜ୍ୟ ସ୍ତରୀୟ ସବୁ ତୁଙ୍ଗ ନେତା ଭୋଟରଙ୍କ ପାଖକୁ ଯିବେ ।
ନୂଆପଡ଼ାରେ ଆରମ୍ଭ ହେଲା ହୋମ୍ ଭୋଟିଙ୍ଗ । ଘରେ ବସି ଭୋଟ ଦେଲେ ବୟସ୍କ ଭୋଟର । ନିର୍ବାଚନ ମଣ୍ଡଳୀରେ ମୋଟ ୨୫୧ ଭୋଟର ହୋମ ଭୋଟିଙ୍ଗ ଜରିଆରେ ନିଜ ମତାଧିକାର ସାବ୍ୟସ୍ତ କରିବେ । ୨୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ହୋମ ଭୋଟିଙ୍ଗ ହେବ । ଏଥିପାଇଁ ନୂଆପଡାରେ ୧୪ ଟି ଟିମ ଗଠନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/nuapada-2025-10-30-20-28-31.jpg)