ନାଟକୀୟ ମୋଡ଼ ନେଲା ନୂଆପଡ଼ା ରାଜନୀତି : ନବୀନଙ୍କ ବେଇମାନ ଆକ୍ଷେପକୁ ନେଇ ଚିହିଁକି ଉଠିଲେ ଜୟଙ୍କ ପରିବାର

ନୂଆପଡ଼ା ରେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ନାହିଁ, ହେଲେ ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି ଉଭୟ ବିଜେପି ଓ ବିଜେଡି । ନବୀନଙ୍କ ବେଇମାନ ଉପାଖ୍ୟାନକୁ ନେଇ ଚିହିଁକି ଉଠିଛନ୍ତି ଢୋଲକିଆ ପରିବାର

39

Photograph: (KANAKNEWS)

କନକବ୍ୟୁରୋ :  ନୂଆପଡ଼ାରେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ନାହିଁ, ହେଲେ ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି ଉଭୟ ବିଜେପି ଓ ବିଜେଡି। ନବୀନଙ୍କ ବେଇମାନ ଉପାଖ୍ୟାନକୁ ନେଇ ଚିହିଁକି ଉଠିଛନ୍ତି ଢୋଲକିଆ ପରିବାର ।  କହିଛନ୍ତି, ରାଜେନ୍ଦ୍ରଙ୍କ ଅସମୟରେ ଦଳ ପଚାରିନଥିଲା। ଜୟଙ୍କ ସମର୍ଥନରେ ବାହାରି ତେରଛା ବାଣ ମାରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହିଛନ୍ତି, ୨୪ ବର୍ଷର ବିଶ୍ବାସଘାତର ଜବାବ ଦେବ ନୂଆପଡ଼ା।  ଜୟ ଢୋଲକିଆ ବିଜେପିରେ ସାମିଲ ହେବାକୁ ବେଇମାନୀର ଆଖ୍ୟା ଦେଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରୁ କରୁ ବ୍ୟକ୍ତିଗତ ସ୍ତରକୁ ଚାଲିଗଲେ ।  ସିଧା ସିଧା ନ କହିଲେ ବି ଜୟଙ୍କୁ ନିଶାନା କରି ବେଇମାନ ବୋଲି ଠାରିଦେଲେ  । 

ଅଧିକ ପଢନ୍ତୁ : Train Accident : ପୁଣି ବଡ଼ ଟ୍ରେନ୍‌ ଦୁର୍ଘଟଣା : ଏଯାଏଁ ଗଲାଣି ୧୦ ଜୀବନ

ନବୀନଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚାର କାରଣ ହୋଇଛି। ସମାନ୍ତରାଳ ଭାବେ ନୂଆପଡ଼ା ପ୍ରଚାରର ମୋଡ଼ ବଦଳାଇଦେଇଛି। ସକାଳେ ଜୟ ସାମ୍ନାକୁ ଆସି ନବୀନଙ୍କୁ ସମାଲୋଚନା କରିଥିଲେ । ଅପରାହ୍ନରେ ପୁଅର ସୁରକ୍ଷା ପାଇଁ ସାମ୍ନାକୁ ଆସିଲେ ମାଆ କଳ୍ପନା ଢୋଲକିଆ। କହିଲେ, ରାଜେନ୍ଦ୍ର ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଭୁଲିଯାଇଥିଲା ନବୀନଙ୍କ ବିଜେଡି । 

ଅଧିକ ପଢନ୍ତୁ ... ସାତକୋଶିଆକୁ ଭଗବାନ ସାହା : ୨ ଅଧିକାରୀଙ୍କୁ ୫ ରେଞ୍ଜ ଦାୟିତ୍ବ

ଦୀର୍ଘ ବର୍ଷର ସଂପର୍କକୁ ଏମିତି ନବୀନ ଏଡ଼ାଇଯିବେ ଏକଥା ଭାବିନଥିଲେ ରାଜେନ୍ଦ୍ର। ଭାଙ୍ଗିପଡ଼ିଲେ ଓ ଏହା ହିଁ ତାଙ୍କ ମୃତ୍ୟୁର ଅନ୍ୟତମ କାରଣ। ଏବେ ରାଜେନ୍ଦ୍ରଙ୍କ ଫଟୋ ବିଜେଡି ହାତରେ କାହିଁକି? ବୋଲି ପାଲଟା ପ୍ରଶ୍ନ କରିଛନ୍ତି କଳ୍ପନା। ଜୟଙ୍କ ନାଁରେ ମିଛ ଅପପ୍ରଚାର କରି ବିଜେଡି ହୀନ ରାଜନୀତି କରୁଛି । 
ନବୀନଙ୍କୁ ପିତା ତୁଲ୍ୟ ଭାବୁଥିଲେ ବୋଲି କହିଛନ୍ତି ଜୟ ।

ଅଧିକ ପଢନ୍ତୁ...ମତଦାନ ପୂର୍ବରୁ ଜେଡିୟୁ ନେତା ଲଲନ ସିଂଙ୍କ ବୟାନ । କହିଲେ, ଯେଉଁମାନେ ଏନଡିଏକୁ ଭୋଟ ଦେବେନି ସେମାନଙ୍କୁ ଘରୁ ବାହାରିବାକୁ ଦିଅନି

ତାଙ୍କ ମୁହଁରେ ବେଇମାନ ଉପଖ୍ୟାନ ତାଙ୍କୁ ଆଘାତ ଦେଇଛି । କ୍ଷୋଭ ପ୍ରକାଶ କରି କହିଛନ୍ତି, ବାପାଙ୍କ ଅସମୟରେ ଦେଖିବାକୁ ନା ଦଳ ଆସିଥିଲା ନା ନିଜେ ନବୀନ। ଏବେ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି ।  ଜୟଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।  ଢୋଲକିଆ ପରିବାର ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ନୂଆପଡା ରାଜନୀତିକୁ ଉଷ୍ମ କରିଛି ।  ଲୋକଙ୍କ ପ୍ରସଙ୍ଗରୁ ଦୂରେଇ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପରେ ଉଭୟ ଦଳ ମାତିବା ଘଟଣାକୁ ଭୋଟର କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe