ନୂଆପଡା ଉପନିର୍ବାଚନ ପ୍ରାର୍ଥୀ ଘୋଷଣା ହୋଇନି, ଏଯାଏଁ କାର୍ଡ ଖୋଲି ନାହାନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

ଚର୍ଚ୍ଚା ଚାଲିଛି ଘାସିରାମଙ୍କୁ କଂଗ୍ରେସ, ଜୟଙ୍କୁ ଟିକେଟ ଦେଇପାରେ ବିଜେଡି । ଅଭିନନ୍ଦନଙ୍କ ଆଶା ବିଜେପି ତାଙ୍କ କଥା ବିଚାର କରିବ ।

ପ୍ରାର୍ଥୀ ହେବେ ବୋଲି ଭାବି ବୁଲିଲେଣି

ପ୍ରାର୍ଥୀ ହେବେ ବୋଲି ଭାବି ବୁଲିଲେଣି Photograph: (KanaKnews)

କନକ ବ୍ୟୁରୋ:  ଦୁର୍ଗାପୂଜା ଆରମ୍ଭ ସହ ନୂଆପଡ଼ାରେ ଜମିଆସୁଛି ରାଜନୈତିକ ମାହୋଲ । ୩ ଦଳର ନେତା ପୂଜାମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିବା ସହ ଲୋକଙ୍କୁ ଭେଟୁଛନ୍ତି । ଆଜି ଜୟ ଢୋଲକିଆ, ଘାସିରାମ ମାଝୀ ଓ ଅଭିନନ୍ଦନ ପଣ୍ଡା ମଣ୍ଡପରୁ ମଣ୍ଡପ ବୁଲି ଜନସମ୍ପର୍କ ବଢାଇଛନ୍ତି  ।

ଆଜି ନୂଆପଡାର ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳିଛି ୩ ଦଳର ନେତାଙ୍କୁ । କଂଗ୍ରେସ ନେତା ଘାସିରାମ ମାଝୀ ଓ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଆଜି ଆମସେନା ଗାଁର ପୂଜାପେଣ୍ଡାଲରେ ଦେଖିବାକୁ ମିଳିଥିଲା । ଘାସିରାମ ମାଝୀକୁ କଂଗ୍ରେସ ଓ ଜୟ ଢୋଲକିଆଙ୍କୁ ବିଜେଡି ଟିକେଟ ଦେବେ ବୋଲି ଗ୍ରିନ ସିଗନାଲ ଦେଇସାରିଛନ୍ତି । ତେଣୁ ଏହି ଦୁଇ ନେତା ମଣ୍ଡପରୁ ମଣ୍ଡପ ବୁଲି ଲୋକଙ୍କ ସହ ସମ୍ପର୍କ ବଢାଉଛନ୍ତି ।
 
ଜୟ ଢୋଲିକଆ ଓ ଘାସିରାମ ମାଝୀଙ୍କ ଭଳି ବିଜେପି ନେତା ଅଭିନନ୍ଦନ ପଣ୍ଡା ବି ନୂଆପଡାର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଇଛନ୍ତି । ଲୋକଙ୍କ ସହ ସମ୍ପର୍କ ବଢାଇବାକୁ ଉଦ୍ୟମ କରିଛନ୍ତି । ଯଦିଓପି ବିଜେପି କାହାକୁ ପ୍ରାର୍ଥୀ କରିବ, ସେ ନେଇ କୌଣସି ସଙ୍କେତ ଦେଇନାହିଁ ତଥାପି ଅଭିନନ୍ଦନ ପଣ୍ଡା  ବିଜେପି ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି ବୋଲି କହିଛନ୍ତି ।

ନୂଆପଡାରେ ରାଜେନ୍ଦ୍ର ଢୋଲକିଆ ୨୦୧୯, ୨୦୨୪, ୨୦୦୪,୨୦୦୯ରେ ଜିତିଥିଲେ । ତେଣୁ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ପାଇବା ଲକ୍ଷ୍ୟରେ ରହିଛି ବିଜେଡି । ଘାସିରାମ ମାଝୀ ଗତଥର ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନକୁ ଖସିଆସିଥିଲେ । ତେବେ ବିଜେପି ଏଥର କ୍ଷମତାରେ ଥିବାରୁ ଲଢେଇ ରୋଚକ ହେବ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe