କନକବ୍ୟୁରୋ: ଭିଜିଲାନ୍ସ ହାତରେ ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆ  । ଖୋର୍ଦ୍ଧା ହସ୍ପିଟାଲ ଛକ ନିକଟରେ ଧରାପଡିଛନ୍ତି ଏମଭିଆଇ ।  ଭୁବନେଶ୍ୱର ସମତେ ୫ଟି ପୈତୃକ ଠିକଣାରେ ଚଢାଉ ଚାଲିଥିବା ବେଳେ ଚଢାଉ ସମୟରେ ୧ଲକ୍ଷ ୩୨ ହଜାର ଟଙ୍କା ତାଙ୍କ ପାଖରୁ ଧରାପଡିଛି । ଚଢାଉ ପରେ ପାଖରେ ରଖିଥିବା ଟଙ୍କା ର ଭିଜିଲାନ୍ସ ଟିମକୁ ମଧ୍ୟ ସଠିକ ସୂଚନା ଦେଇପାରିନଥିଲେ । ପୈତୃକ ସମ୍ଫତ୍ତି ସମତେ ୫ ଟି ଜାଗାରେ ଭିଜିଲାନ୍ସ ଟିମର ଚଢାଉ ଚାଲିଥିବା ବେଳେ ଅଧିକ ସୂଚନା ପାଇଁ ତାଙ୍କୁ ଅଟକ ରଖାଯାଇଛି