ନୂଆପଡ଼ା ଜନାଦେଶ: ୩୫ ହଜାର ଲିଡ୍‌ ପରେ ଜୟଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର

ନୂଆପଡ଼ାରେ ବିଜେପିର ଦମ୍‌ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ।

Jaya Dholokia Reaction

କନକ ବ୍ୟୁରୋ: ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୧ତମ ଗଣତି ସୁଦ୍ଧା ୩୬୭୯୬ ଭୋଟରେ ଆଗୁଆ ରହିଥିଲା ବିଜେପି । ଏହାପୂର୍ବରୁ ଦଶମ ରାଉଣ୍ଡରେ ୩୩ ହଜାରରୁ ଅଧିକ ଭୋଟ୍‌ରେ ଲିଡ୍‌ କରିଥିଲା ବିଜେପି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ନୂଆ ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି ଯେ ଏ ବିଜୟ ବିଜେପିର ନୁହେଁ ଏ ବିଜୟ ନୂଆପଡ଼ାବାସୀଙ୍କର । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବିଜେପିରେ ମିଶିବା ସହ ପ୍ରାର୍ଥୀ ହୋଇଥିଲେ ତାଙ୍କ ପୁଅ ଜୟ ଢୋଲକିଆ । 

ନୂଆପଡ଼ାରେ ବିଜେପିର ବଡ଼ ଲିଡ୍‌ ନେବାପରେ ପ୍ରତିକ୍ରିୟା ରଖିଛନ୍ତି ଜୟ ଢୋଲକିଆ । ୨୬ ରାଉଣ୍ଡ ଗଣତିରୁ ଆହୁରି ୧୦ ରାଉଣ୍ଡରୁ ଅଧିକ ଗଣତି ବାକି ଥିବା ବେଳେ ସେ ବିଜେପି ଏଠାରେ ବିଜୟୀ ହୋଇଛି ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, "ଏ ବିଜୟ ବିଜେପିର ନୁହେଁ ଏ ବିଜୟ ନୂଆପଡ଼ାବାସୀଙ୍କର । ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମୋର ବାପା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଗୁଁ ସମ୍ଭବ ହୋଇପାରିଛି । ବିଜେପି କେତେ ଲିଡ୍‌ କହିହେବନି, କିନ୍ତୁ ଏସବୁ ଲୋକଙ୍କ ଆଶୀର୍ବାଦ । ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ।"

ଏହା ବି ପଢ଼ନ୍ତୁ: ତେଜସ୍ବୀ ବନାମ ତେଜପ୍ରତାପ : ରାଘୋପୁରରେ କେମିତି ରହିଛି ତେଜସ୍ବୀଙ୍କ ହାଲ୍ , କେଉଁଠି ପହଞ୍ଚିଲେଣି ତେଜପ୍ରତାପ ?

ନୂଆପଡ଼ା ୧୩ତମ ରାଉଣ୍ଡ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛି ।  ୬୩ ହଜାର ୫୨୨ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି ବଜେପି ପ୍ରାର୍ଥୀ ଜୟ ଢୋଲକିଆ । ବିଜେଡି ୨୦ ହଜାର ୨୮୮ ଭୋଟ ଏବଂ କଂଗ୍ରେସ ୨୦ ହଜାର ୧୦୩ ଖଣ୍ଡ ଭୋଟ୍‌ ପାଇଛି । ବିଜେଡି ଓ କଂଗ୍ରେସ ଉଭୟଙ୍କ ଭୋଟ ମିଶାଇଲେ ମଧ୍ୟ ଏହା ବିଜେପିର ମୋଟ ଭୋଟ୍‌ଠାରୁ କମ୍‌ ହେଉଛ । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଯାଇଛି । ବିଜେଡି ଓ କଂଗ୍ରେସର ନେତାମାନେ କ୍ଷୋଭ ପ୍ରକାଶ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe