କନକ ବ୍ୟୁରୋ: ନୂଆପଡ଼ାରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇ ଆଗକୁ ବଢ଼ିଚାଲିଛି ବିଜେପି । ୨୬ ରାଉଣ୍ଡ ମଧ୍ୟରୁ ୧୧ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେପି ବର୍ତ୍ତମାନ ସୁଦ୍ଧା ୫୪୯୮୦ ଭୋଟ୍‌ରେ ଆଗୁଆ ରହିଛି । ସେପଟେ ବିଜେଡି ୧୮୧୮୪ ଖଣ୍ଡ ପାଇଥିବା ବେଳେ କଂଗ୍ରେସ ୧୫୩୩୭ଟି ଭୋଟ ପାଇ ପଛରେ ପଡ଼ିଛି । 

Advertisment

ନୂଆପଡ଼ାରେ ଦଶମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଦଶମ ରାଉଣ୍ଡ ସୁଦ୍ଧା ବିଜେପି ୩୩୨୩୨ ଖଣ୍ଡ ଭୋଟରେ ଲିଡ୍‌ କରୁଛି । ଏଠାରେ ବିଜେପି ମୋଟ ୫୦ ହଜାର ୩୩୩କୁ ମିଳିଥିବା ବେଳେ ବିଜେଡିକୁ ୧୭ ହଜାର ୧୦୧ ଭୋଟ୍‌ ମିଳିଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୩ ହଜାର ୭୫୧ ଭୋଟ୍‌ ପାଇ ପଛରେ ପଡ଼ିଛନ୍ତି । ପ୍ରଥମରାଉଣ୍ଡରୁ ହିଁ ଲଗାତାର ଆଗୁଆ ରହି ଆସିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

ସେପଟେ ଦଶମ ରାଉଣ୍ଡ ଗଣତି ପରେ ବିଜେପି କ୍ୟାମ୍ପରେ ଏକ ପ୍ରକାର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ଏକ ବଡ଼ ବିଜୟ ପ୍ରତି ଜୟ ଢୋଲକିଆ ଅଗ୍ରସର ହେଉଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା । କହିଛନ୍ତି ଯେ, ଉପନିର୍ବାଚନର ସଦୁପଯୋଗ କରିଛନ୍ତି ଭୋଟରମାନେ । ନୂଆପଡ଼ା ପାଇଁ ବଡ଼ ବଡ଼ ପ୍ରକଳ୍ପ ଘୋଷଣା କରାଯାଇଥିଲା । ଏଣୁ ବିଜେପି ଉପରେ ଭୋଟରମାନେ ଆସ୍ଥା ପ୍ରକଟ କରିଥିବା କଥା କହିଛନ୍ତି ବିଜେପି ନେତା ।  

ଏହା ବି ପଢ଼ନ୍ତୁ: ତେଜସ୍ବୀ ବନାମ ତେଜପ୍ରତାପ : ରାଘୋପୁରରେ କେମିତି ରହିଛି ତେଜସ୍ବୀଙ୍କ ହାଲ୍ , କେଉଁଠି ପହଞ୍ଚିଲେଣି ତେଜପ୍ରତାପ ?

ଏହାକୁ ନେଇ କଣ୍ଟାବାଞ୍ଜି ବିଧାୟକ କହିଛନ୍ତି ଯେ ନୂଆପଡ଼ାର ଜନସାଧାରଣ ଶିକ୍ଷିତ ଲୋକେ । ଏମାନେ ଦୟାଳୁ ଓ ପରିଶ୍ରମୀ । ଏମାନେ କାହା ଲୋଭରେ ପଡ଼ିନାହାନ୍ତି  । ବିଜେପି ଏଠାରେ ଜନକଲ୍ୟାଣକାରୀ କାମ କରିବ । ସୁଭଦ୍ରା ଯୋଜନା, ଚାଷୀଙ୍କୁ ସହାୟତା ଘୋଷଣା କରିଥିଲେ । ଏଣୁ ବିଜେପି ପ୍ରତି ଲୋକ ବିଶ୍ୱାସ ପ୍ରକଟ କରିଛନ୍ତି ବୋଲି କହିଛନ୍ତି କଣ୍ଟାବାଞ୍ଜି ବିଧାୟକ । ବିଜୟ ପରେ କିଭଳି ସେଲିବ୍ରେସନ କରିବେ ତାହା ବି କହିଛନ୍ତି ବିଧାୟକ । ପ୍ରଥମ ରାଉଣ୍ଡରୁ ହିଁ ବଡ଼ ବ୍ୟବଧାନରେ ଲିଡ୍‌ କରିଥିଲା । ବିଜେଡି ଓ କଂଗ୍ରେସ ଲଗାତାର ପଛରେ ରହିଛନ୍ତି ।