ବଢ଼ୁଛି ନୂଆପଡ଼ା ଉପ-ନିର୍ବାଚନ ତାତି,  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ମଇଦାନରେ ସୁପ୍ରିମୋ ନବୀନ ପଟ୍ଟନାୟକ

୬ ତାରିଖରେ ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘାସିରାମଙ୍କ ପାଇଁ ୭ରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Naveen patnaik

Naveen patnaik Photograph: (KanakNews)

କନକ ବ୍ୟୁରୋ:  ନୂଆପଡ଼ାରେ ବିଜେଡି ସୁପ୍ରିମୋ । ନୂଆପଡା ଉପ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ। ଦିନ ୧୨ଟାରେ ନୂଆପଡ଼ାରେ ପହଞ୍ଚିବା ପରେ ଦଳୀୟ ସଭାକୁ ସମ୍ଭୋଧନ କରିଛନ୍ତି ନବୀନ ପଟ୍ଟନାୟକ । ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ନୂଆପଡ଼ା ମାହୋଲ । ଏବେ ପ୍ରାର୍ଥୀଙ୍କ ପାଇଁ ମୁଖିଆ ଓହ୍ଲାଇବେ ପ୍ରଚାର ମଇଦାନକୁ ।

“ମୋ ସହ ବେଇମାନୀ ହେଲା, ବିଜେପି ପ୍ରାର୍ଥୀ ଚୋରି କଲା”: ନବୀନ ପଟ୍ଟନାୟକ

 ଆଜି ବିଜେଡି ସୁପ୍ରିମୋ ନୂଆପଡ଼ା ଗସ୍ତରେ ଥିବାବେଳେ ୬ ତାରିଖରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଢୀଙ୍କ ପାଇଁ ଆସନ୍ତା ୭ ତାରିଖରେ କ୍ୟାମ୍ପେନକୁ ଜୋରଦାର କରିବାକୁ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe