କନକ ବ୍ୟୁରୋ: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗଣତି ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ ୧୪ ଗୋଟି ଟେବୁଲ୍ ରହିଥିବା ବେଳେ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି, ଅଧା ଘଣ୍ଟା ପରେ ଇଭିଏମ ଗଣତି ହେବ । ପ୍ରତ୍ୟେକ ଟେବୁଲ୍ ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ ।
ଅଧିକ ପଢନ୍ତୁ : ନୂଆପଡ଼ାରେ ବମ୍ପର ଭୋଟିଂ, ରେକର୍ଡ ୮୧.୧୪ ପ୍ରତିଶତ ମତଦାନ
ଜନସାଧାରଣଙ୍କ ପାଇଁ ମଧ୍ୟ ଡ଼ାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।
ନୂଆପଡ଼ା ଉପନିର୍ବାଚନ : ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀସେପଟେ ନୂଆପଡ଼ା ଉପନିର୍ବାଚନରେ ଭୋଟ୍ ଚୋରି ଅଭିଯୋଗ ଆଣିଲା ବିଜୁ ଜନତା ଦଳ । ୪୧ ବୁଥରେ ଭୋଟ୍ ଚୋରି ହୋଇଥିବା ବିଜେଡି ଅଭିଯୋଗ କରିଛି । ଭୋଟ୍ ପ୍ରଭାବିତ କରିବାକୁ ସମସ୍ତ ଚେଷ୍ଟା କରାଯାଇଥିଲା । ଭୋଟ୍ ଚୋରି ଅଭିଯୋଗ କରି ସିସିଟିଭି ଫୁଟେଜ ଦାବି କରିଛି ଦଳ । ସରକାରୀ ଦଳ ଓ ପୁଲିସ ଏହି ନିର୍ବାଚନକୁ ପ୍ରଭାବିତ କରିଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ବି ଆଣିଛି ଭୋଟ୍ ଚୋରି ଅଭିଯୋଗ । ହେଲିକପ୍ଟଟରରେ ପଠାଇଯାଇଥିବା ଇଭିଏମ କାହା ଦାୟିତ୍ବରେ ଥିଲା ବୋଲି ଦଳ ପ୍ରଶ୍ନ କରିଛି। ଏହାସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଭୋଟ୍ ପ୍ରତିଶତକୁ ଦେଖି ମଧ୍ୟ ସନ୍ଦେହ ଉପୁଜିଥିବା କଂଗ୍ରେସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/13/nuapada-election-2025-11-13-16-16-06.jpg)