କନକ ବ୍ୟୁରୋ: ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ ଗଣତି । ବିହାର ସହ ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା । ତେବେ ଏହି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନଜର ରହୁଛି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ।

Advertisment

ସେହିପରି ବିହାରରେ ଦୁଇଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ନଭେମ୍ୱର ୬ ଓ ୧୧ ତାରିଖରେ ମତଦାନ । ୧୪ ନଭେମ୍ୱରରେ ବିହାର ନିର୍ବାଚନର ଫଳାଫଳ ଆସିବ । ବିହାର ନିର୍ବାଚନ ପାଇଁ ନିର୍ବାଚନ କମିସନ ମୋଟ ୯୦ ହଜାର ୧୭୨ ପୋଲିଂ ଷ୍ଟେସନର ବ୍ୟବସ୍ଥା କରିଛନ୍ତି । ପ୍ରାୟତଃ ଗୋଟିଏ ପୋଲିଂ ଷ୍ଟେସନରେ ୮୧୮ ଜଣ ଭୋଟର ଭୋଟ୍ ଦେବେ । ଏହା ଭିତରୁ ସହରରେ ୧୩ ହଜାର ୯୧୧ ପୋଲିଂ ଷ୍ଟେସନ ଏବଂ ଗ୍ରାମାଞ୍ଚଳରେ ୭୬ ହଜାର ୮୦୧ ପୋଲିଂ ଷ୍ଟେସନ ଗଠନ କରାଯିବ । ସବୁ ପୋଲିଂ ଷ୍ଟେସନରେ ଓ୍ୱେବ କାଷ୍ଟିଂ କରାଯିବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି ।