ନୂଆପଡ଼ା ଉପନିର୍ବାଚନ: ବିଜେଡିରୁ ପ୍ରାର୍ଥୀ ହେଲେ ଜୟ ଢୋଲକିଆ !

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ସମ୍ଭାବ୍ୟ ଉପନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି ।  ଏହାରି ଭିତରେ ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି

63

Photograph: (kanaknews)

କନକ ବ୍ୟୁରୋ :  ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ।  ଜୟ ଢୋଲକିଆ ହେବେ ବିଜେଡି ପ୍ରାର୍ଥୀ, ସଂକେତ ଦେଲେ ଦେବୀ ମିଶ୍ର। ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାର ବର୍ଗକୁ ଟିକେଟ ଦେବା ପାଇଁ ।  ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି ।

ରାଜେନ୍ଦ୍ର ଢୋଲକୀଆ ରାଜନେତା ଓ ସାମାଜିକ ନେତୃତ୍ୱ ନେବାରେ ବେଶ ପାରଙ୍ଗମ ଥିଲେ ।  ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଆବର୍ତ୍ତମାନରେ ଜିତିବେ। ସ୍ଥାନୀୟ  ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାର ବର୍ଗକୁ ଟିକେଟ ଦେବା ପାଇଁ ।  କିଏ ଦଳୀୟ ପ୍ରାର୍ଥୀ ହେବ ଦଳ ସେନେଇ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଦେବୀ ମିଶ୍ର କହିଛନ୍ତି। ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ।  ସ୍ଥାନୀୟ  ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାର ବର୍ଗକୁ ଟିକେଟ ଦେବା ପାଇଁ । ଆସନ୍ତାକାଲି ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ। ଲୋକଙ୍କ ପାଖକୁ ଦଳ ଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe