Photograph: (kanaknews)
କନକବ୍ୟୁରୋ : ଭୋଟ ଦେଉଛି ନୂଆପଡ଼ା । ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସରିଛି ସବୁ ପ୍ରସ୍ତୁତି । କଡ଼ା ସୁରକ୍ଷା ଭିତରେ ବୁଥ୍କୁ ଯାଇଛି ଇଭିଏମ୍ । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ ... ଦିଲ୍ଲୀ ବିସ୍ଫୋରଣ: ପ୍ରଧାନମନ୍ତ୍ରୀ କହିଲେ ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ
ଏଥିସହ ଆଜି ନୂଆପଡା ବିଧାନସଭା ଉପ ନିର୍ବାଚନରେ ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ ହୋଇଛି l ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି । ଏହି ନିର୍ବାଚନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେପଟେ ଆଜି ନୂଆପଡା ବିଧାନସଭା ଉପ ନିର୍ବାଚନରେ ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ ହୋଇଛି l ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି । ବିଜେପି ନେତା ଅଭିନନ୍ଦନ ପଣ୍ଡା ଆସି ମତଦାନ କରିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହେଉଥିବା ବେଳେ ଏହି ରଣାଙ୍ଗନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କିନ୍ତୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଶାସକ ଦଳ ‘ବିଜେପି’ରୁ ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି ।
ଅଧିକ ପଢନ୍ତୁ ..... ନୂଆପଡା ବିଧାନସଭା ଉପ-ନିର୍ବାଚନ: ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ
ଏହି ୩ଟି ଦଳର ନେତାମାନେ ନୂଆପଡ଼ା, କୋମନା ଏବଂ ଖରିଆର ରୋଡ୍ରେ ବିଗତ ଦିନରେ ଜୋରଦାର ପ୍ରଚାର କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି । ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ।
ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି । ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ । ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି ।
Follow Us