Jay dholkia Photograph: (kanaknews)
କନକ ବ୍ୟୁରୋ: ନୂଆପଡ଼ା ନିର୍ବାଚନ ଫଳାଫଳ ଆଜି ବେଶ୍ ରୋଚକ ହୋଇଛି। ବଡ଼ ଭୋଟର ବ୍ୟବଧାନରେ ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଅନ୍ୟପଟେ ବିଜେଡି, କଂଗ୍ରେସ ଭିତରେ ଚାଲିଛି ଛକାପଞ୍ଝା ।କେତେବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଆଗେଇଯାଉଛନ୍ତି ତ କେତେବେଳେ କଂଗ୍ରେସର ଘାସିରାମ ତାଙ୍କୁ ପଛରେ ପକାଇଦେଉଛନ୍ତି । ହେଲେ ଜୟ ଲଗାତାର ୧୭ ରାଉଣ୍ଡ ଗଣତି ସହ ୮୩ ୫୭୨ ଖଣ୍ଡ ଭୋଟ ପାଇ ୫୬ ହଜାର ୮୧୯ ଭୋଟରେ ଆଗରେ ଅଛନ୍ତି । ତାଙ୍କ ବ୍ୟବଧାନକୁ ଆଉ କେହି କାଟିପାରିବା ସମ୍ଭବ ନଥିବାବେଳେ ନୂଆପଡ଼ାରେ ତାଙ୍କର ବିଜୟ ଏକରକମ ନିଶ୍ଚିତ ହୋଇଛି ।
ନୂଆପଡ଼ା ଜନାଦେଶ: ୪୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେପି, ମନମୋହନ ସାମଲ କହିଲେ...
ତେବେ ଏ ସଫଳତାକୁ ଜୟ ନୂଆପଡ଼ା ଲୋକଙ୍କ ବିଜୟ ବୋଲି କହିବା ସହ କହିଛନ୍ତି, ’ ଆଜିର ଏ ବିପୁଳ ବ୍ୟବଧାନ କେବଳ ଜଣଙ୍କର ନୁହେଁ ବରଂ ପୂରା ସଙ୍ଗଠନର ପରିଶ୍ରମର ଫଳ । ମୋ ବାପା ରାଜୁ ଢୋଲକିଆଙ୍କୁ ଲୋକେ ଯେତିକି ଭରସା କରିଥିଲେ, ତାଠାରୁ ଅଧିକ ମୋ ଉପରେ ଭରସା ରଖିଛନ୍ତି ଜାଣି ମୁଁ ବହୁତ ଖୁସି । ଆଜି ମୁଁ ହୃଦୟରୁ ନାଚୁଛି’ ।
୧୮ ରାଉଣ୍ଡ ସୁଦ୍ଧା କାହାକୁ କେତେ ଭୋଟ୍ ?
• ବିଜେପି- ୮୮,୨୭୮
• କଂଗ୍ରେସ-୨୮,୩୬୬
• ବିଜେଡି-୨୭,୪୩୮
• ୫୯,୯୧୨ ଭୋଟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ଅଛନ୍ତି ।
Follow Us