ନୂଆଁଖାଇ ଯୋଟଯାଟ୍: ଚାଲିଛି ପ୍ରସ୍ତୁତି । ଇଷ୍ଚଦେବଙ୍କ ପାଖରେ ଲାଗି ହେବ ନବାନ୍ନ ।

Advertisment

ଯେତେବେଳେ ପଦେ କଥା କହିବାକୁ କେହି ନଥିବେ ସେତେବେଳେ ପର୍ବପର୍ବାଣୀର ମାନେ କଣ । ସେମିତି କିଛି ମଣିଷଙ୍କ ମୁହଁରେ ଟିକେ ଖୁସି ଆଣିବା ପାଇଁ ବରଗଡରେ ଆୟୋଜନ ହୁଏ ନୂଆଁଖାଇ ଯୋଟଯାଟ୍ ।

Updated On

ଯେତେବେଳେ ପଦେ କଥା କହିବାକୁ କେହି ନଥିବେ ସେତେବେଳେ ପର୍ବପର୍ବାଣୀର ମାନେ କଣ । ସେମିତି କିଛି ମଣିଷଙ୍କ ମୁହଁରେ ଟିକେ ଖୁସି ଆଣିବା ପାଇଁ ବରଗଡରେ ଆୟୋଜନ ହୁଏ ନୂଆଁଖାଇ ଯୋଟଯାଟ୍ ।

ଅଦ୍ୟତନ ହୋଇଛି
31ୈା

କନକ ବ୍ୟୁରୋ: ଆଉ କିଛିଦିନ ପରେ ଗଣପର୍ବ ନୂଆଁଖାଇ । ଦିବ୍ୟାଙ୍ଗ ଓ ପରିଣତ ବୟସରେ ପହଞ୍ଚିଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ନୂଆଁଖାଇର ମାନେ କିଛି ନାହିଁ ।   ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦର ପର୍ବ ନୂଆଁଖାଇ ଧନୀଠୁ ଗରିବ ସମସ୍ତେ ପରିବାର ସହ ଏକାଠି ନୂଆଁଖାଇ ପାଳନ୍ତି । ହେଲେ ଯେଉଁମାନଙ୍କ ପାଖରେ ପରିବାର ନାହିଁ । ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛନ୍ତି ବରଗଡ଼ର ସମ୍ବିଧାନ ସୁରକ୍ଷା ମଞ୍ଚର ସଦସ୍ୟ । ଆୟୋଜନ କରିଛନ୍ତି ଯୋଟଯାଟ୍ କାର୍ଯ୍ୟକ୍ରମ ।

ବରଗଡ଼ ଗାନ୍ଧୀ ପାଠାଗାରରେ ଏହି ଜୋଟଜାଟ କାର୍ୟ୍ୟକ୍ରମରେ ୫୦ଜଣ ଦିବ୍ୟାଙ୍ଗ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ନୁଆଁଖାଇ ଭେଟି ଦିଆଯାଇଛି । ସମସ୍ତଙ୍କୁ ଏକାଠି ବସା ଯାଇଛି । ନୂଆଁଖାଇ ଅଢ଼ିଆ ଦେଇ ଆପ୍ୟାୟିତ କରାଯାଇଛି । ଚାଉଳ, ଡାଲି, ପନିପରିବା, ଗାମୁଛା, ଧୋତି, ଶାଢ଼ି ଆଦି ପ୍ରଦାନ କରାଯାଇଛି ।
 
ଅନ୍ୟକୁ ସହାଯ୍ୟ କରିବା ଆମ ସମାଜର ଏକ ସୁସ୍ଥ ପରମ୍ପରା । ତେଣୁ ଗତ ନଅ ବର୍ଷ ହେଲା ନୂଆଁଖାଇ ପୂର୍ବରୁ ଯୋଟଜାଟ କାଯ୍ୟକ୍ରମ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe