ଅହମ୍ମଦାବାଦରେ ମହାଆଡ଼ମ୍ୱରରେ ପାଳିତ ହେଲା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

ସମସ୍ତ ଉପସ୍ଥିତ ଜନତା ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ ଏବଂ ସୁସ୍ୱାଦୁ ସମ୍ବଲପୁରୀ ଖାଦ୍ୟ ମଜା ନେଇଥିଲେ । ଗୁଜରାଟର ବହୁ ଦୂରଦୂରାନ୍ତରୁ ପଶ୍ଚିମ ଓଡ଼ିଶାରୁ ଯୋଉଁମାନେ ଆସି ଏଠାରେ ରହିଛନ୍ତି ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ଆୟୋଜକମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । 

Nuakhai Bhetghat

Photograph: (Kanak News)

ଗୁଜରାଟର ଅହମ୍ମଦାବାଦଠାରେ ପଶ୍ଚିମ ଓଡ଼ିଶା କଲ୍‌ରୋଲ ଆସୋସିଏସନ ଦ୍ୱାରା ମହାଆଡ଼ମ୍ୱରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ONGC OFFICER’S CLUB ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ତା’ ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସମ୍ବଲପୁରୀ ନୃତ୍ୟ, ସଙ୍ଗୀତ, ଫ୍ୟାସନ ସୋ ଇତ୍ୟାଦି ଆୟୋଜନ କରାଯାଇଥିଲା ।

ସମସ୍ତ ଉପସ୍ଥିତ ଜନତା ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ ଏବଂ ସୁସ୍ୱାଦୁ ସମ୍ବଲପୁରୀ ଖାଦ୍ୟ ମଜା ନେଇଥିଲେ । ଗୁଜରାଟର ବହୁ ଦୂରଦୂରାନ୍ତରୁ ପଶ୍ଚିମ ଓଡ଼ିଶାରୁ ଯୋଉଁମାନେ ଆସି ଏଠାରେ ରହିଛନ୍ତି ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ଆୟୋଜକମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe