ଗୁଜରାଟର ଅହମ୍ମଦାବାଦଠାରେ ପଶ୍ଚିମ ଓଡ଼ିଶା କଲ୍ରୋଲ ଆସୋସିଏସନ ଦ୍ୱାରା ମହାଆଡ଼ମ୍ୱରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ONGC OFFICER’S CLUB ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ତା’ ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସମ୍ବଲପୁରୀ ନୃତ୍ୟ, ସଙ୍ଗୀତ, ଫ୍ୟାସନ ସୋ ଇତ୍ୟାଦି ଆୟୋଜନ କରାଯାଇଥିଲା ।
ସମସ୍ତ ଉପସ୍ଥିତ ଜନତା ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ ଏବଂ ସୁସ୍ୱାଦୁ ସମ୍ବଲପୁରୀ ଖାଦ୍ୟ ମଜା ନେଇଥିଲେ । ଗୁଜରାଟର ବହୁ ଦୂରଦୂରାନ୍ତରୁ ପଶ୍ଚିମ ଓଡ଼ିଶାରୁ ଯୋଉଁମାନେ ଆସି ଏଠାରେ ରହିଛନ୍ତି ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ଆୟୋଜକମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/13/nuakhai-bhetghat-2025-10-13-20-51-06.jpeg)