କନକ ବ୍ୟୁରୋ : ଆଜି ସମ୍ୱଲପୁରରେ ନୂଆଁଖାଇ ଭେଟ୍ଘାଟ୍ । ପ୍ରାଶାସନିକ ସ୍ତରରେ ସରିଛି ସମସ୍ତ ବ୍ୟବସ୍ଥା । ଗୋଟିଏ ମଞ୍ଚରେ ବସିବେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ । ଏକାଠି ହେବ ପୂରା ପଶ୍ଚିମ ଓଡ଼ିଶା । ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଥିମ୍ ଡ୍ୟାନ୍ସରେ ବିମୋହିତ ହେବେ ଦର୍ଶକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଲେଇ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେଉଥିବାରୁ ରାଜନୀତିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିବ । ନୂଆଁଖାଇ ଭେଟ୍ଘାଟ୍ରେ ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ । ଆଜି ଅପରାହ୍ଣ ପ୍ରାୟ ୩ଟାରେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ପ୍ରାୟ ୫ଟାରେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପରେ ସନ୍ଧ୍ୟା ୬ଟାରେ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାୟକ ଓ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମସ୍ତ ବିଧାୟକ ମଧ୍ୟ ଉପସ୍ଥିତ ରହିବେ । ଏପଟେ ସମଲେଇ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ।
ଆଜି ସମ୍ବଲପୁରରେ ନୂଆଁଖାଇ ଭେଟ୍ଘାଟ୍ : ଗୋଟିଏ ମଞ୍ଚରେ ବସିବେ ଶାସକ ବିରୋଧୀ
ଗୋଟିଏ ମଞ୍ଚରେ ବସିବେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ । ଏକାଠି ହେବ ପୂରା ପଶ୍ଚିମ ଓଡ଼ିଶା । ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଥିମ୍ ଡ୍ୟାନ୍ସରେ ବିମୋହିତ ହେବେ ଦର୍ଶକ ।
/kanak/media/media_files/2025/09/06/nuakhai-2025-09-06-07-40-38.jpg)