NSA Ajit Doval Photograph: (Google)
କନକ ବ୍ୟୁରୋ: ଯୁବବର୍ଗକୁ ବିକଶିତ ଭାରତ ନେଇ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା । ଦେଶ ଅଟୋ ପାଇଲଟରେ ଚାଲିଲେ ବି ଏହା ବିକଶିତ ଭାରତ ହୋଇଯିବ । ନୂଆଦିଲ୍ଲୀରେ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଇଲଗ୍ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏଭଳି ବାର୍ତ୍ତା ଦେଇଛନ୍ତି । ଯୁବପିଢ଼ିକୁ ଡୋଭାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏଭଳି ଏକ ସ୍ଥିତିକୁ ନେଇଯାଇଛନ୍ତି ଯେ ଦେଶ ଅଟୋ ପାଇଲଟରେ ଚାଲିଲେ ବି ଏହା ବିକଶିତ ଭାରତ ହୋଇଯିବ। ଯୁବବର୍ଗଙ୍କୁ ଡୋଭାଲ କହିଥିଲେ, ମୋ କର୍ମକ୍ଷେତ୍ର ଅଲଗା, ମୋ ଅନୁଭବ ଅଲଗା ।
ଅଧିକ ପଢନ୍ତୁ; ସୀମାରେ ସ୍ଥିରତା ଫେରିଛି, ସମ୍ପର୍କ ସୁଧାରିବାର ଏହା ହିଁ ପ୍ରକୃତ ସମୟ: ଡୋଭାଲଙ୍କୁ ଭେଟି ଏମିତି କହିଲେ ଚୀନ୍ ବୈଦେଶିକ ମନ୍ତ୍ରୀ
ମୋଠାରୁ ଅଧିକାଂଶ ଯୁବକଙ୍କ ବୟସ ମଧ୍ୟରେ ୬୦ ବର୍ଷରୁ ଅଧିକ ବ୍ୟବଧାନ ରହିବ । ଆଜି ଏତେ ସବୁ ବଦଳିଯାଇଛି ଯେ କଳ୍ପନା କରିବା କଷ୍ଟ । ତେବେ ଯୁବବର୍ଗଙ୍କ ନିଷ୍ପତ୍ତି ଓ କାମ ଦ୍ୱାରା ବିକଶିତ ଭାରତ ନିଶ୍ଚିତ ସମ୍ଭବ ବୋଲି ଡୋଭାଲ ଜୋର୍ ଦେଇ କହିଥିଲେ ।
ଡୋଭାଲ ଦେଲେ ‘ବିକଶିତ ଭାରତ’ର ବାର୍ତ୍ତା
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାର୍ତ୍ତା
ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଇଲଗ୍ କାର୍ଯ୍ୟକ୍ରମରେ ଡୋଭାଲ
କହିଲେ, ଦେଶ ଅଟୋ ପାଇଲଟରେ ଚାଲିଲେ ବି ବିକଶିତ ଭାରତ ହୋଇଯିବ
ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଏଭଳି ସ୍ଥିତିରେ ପହଞ୍ଚାଇଥିବା କହିଲେ ଡୋଭାଲ
ଯୁବପିଢ଼ିଙ୍କ ନିଷ୍ପତ୍ତି ଓ କାମ ନିଶ୍ଚିତ ଭାବେ ବିକଶିତ ଭାରତ ଗଠନ କରିବ
Follow Us