କନକ ବ୍ୟୁରୋ : ବ୍ୟାଟେଲଗ୍ରାଉଣ୍ଡସ୍ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ଏହି ଗେମ୍ ଆଉ PlayStation 4 ଏବଂ Xbox One ରେ ଉପଲବ୍ଧ ହେବ ନାହିଁ । ଡେଭଲପର୍ ଟିମ୍ କହିଛି ଯେ ଏହି ଗେମ୍ କେବଳ ନୂଆ କନସୋଲ୍ PlayStation 5 ଏବଂ Xbox Series X/S ରେ ଉପଲବ୍ଧ ରହିବ । ଏହାକୁ ଚଳିତ ବର୍ଷ ନଭେମ୍ବରରୁ ବନ୍ଦ କରାଯିବ । PUBG : Battlegrounds ର PS4 ଏବଂ Xbox One ର ଯାତ୍ରା ୧୩ ନଭେମ୍ବର ୨୦୨୫ ରେ ଶେଷ ହେବ । ପ୍ରାୟ ସାତ ବର୍ଷ ପୂର୍ବେ ଏହି ସଂସ୍କରଣ ଲଞ୍ଚ୍ ହୋଇଥିଲା, ଯେତେବେଳେ ଏହାକୁ PlayerUnknown's Battlegrounds ନାମରେ ଜଣା ଯାଉଥିଲା । ସେହିପରି PUBG ର PS5 ଏବଂ Xbox Series X ସଂସ୍କରଣ ନଭେମ୍ବର ୨୦୨୦ ରେ ଆସିଥିଲା । ଡେଭଲପର୍‌ମାନଙ୍କ ଅନୁସାରେ ପୁରୁଣା କନସୋଲ୍‌ରୁ ନୂଆ କନସୋଲ୍‌କୁ ଟ୍ରାନଜିସନ୍ କରିବା ଅତ୍ୟନ୍ତ ଜରୁରୀ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖେଳାଳିମାନଙ୍କୁ ଅଧିକ ସ୍ଥିର ଏବଂ ସ୍ମୁଥ୍ ଗେମପ୍ଲେ ଅନୁଭୂତି ଦେବା, ଭବିଷ୍ୟତର ଅପଡେଟ୍‌ ସହିତ ଗେମ୍‌କୁ ଆହୁରି ଉନ୍ନତ କରିବା ଏବଂ ପୁରୁଣା ଡିଭାଇସରେ ହେଉଥିବା କ୍ରାସ୍ ଏବଂ ପରଫର୍ମାନ୍ସ ଇସ୍ୟୁଗୁଡ଼ିକୁ ଶେଷ କରିବା ।

ନୂଆ କନସୋଲ୍‌ରେ କ’ଣ ନୂଆ ମିଳିବ ?

Advertisment

ଯେଉଁ ଖେଳାଳିମାନେ PUBG କୁ PS5 ଏବଂ Xbox Series X/S ରେ ଖେଳିବେ , ସେମାନେ ପାଇବେ :

•    ଉନ୍ନତ ଗ୍ରାଫିକ୍ସ ଏବଂ ଭିଜୁଆଲ୍ସ  
•    ଅଧିକ ଷ୍ଟେବଲ୍ ଫ୍ରେମ୍‌ରେଟ୍‌ସ
•    Xbox Series S ୟୁଜର୍ସମାନଙ୍କ ପାଇଁ ରେଜୋଲ୍ୟୁସନ୍ ମୋଡ୍ ଏବଂ ପରଫର୍ମାନ୍ସ ମୋଡ୍‌ର ବିକଳ୍ପ 
•    ସମସ୍ତ ପ୍ଲାଟଫର୍ମରେ 60 FPS ଗେମିଙ୍ଗ ଅନୁଭୂତି ଲକ୍ଷ୍ୟ ରହିବ 

ତେବେ ଏନେଇ ଷ୍ଟୁଡିଓ କହିଛି, “ଏହି ନିଷ୍ପତ୍ତି ନେବା ସହଜ ନଥିଲା । PS4 ଏବଂ Xbox One ରେ ଏତେ ବର୍ଷ ଧରି ଖେଳୁଥିବା ଖେଳାଳିମାନଙ୍କୁ ଏହି ଖବର ଦେବା ଆମକୁ ମଧ୍ୟ ଭଲ ଲାଗୁନି । କିନ୍ତୁ PUBG ର ଲମ୍ବା ଭବିଷ୍ୟତ ଏବଂ ନିରନ୍ତର ବିକାଶ ପାଇଁ ଏହି ପଦକ୍ଷେପ ନେବା ଜରୁରୀ ଥିଲା ।”

ରିଫଣ୍ଡ ପଲିସି କ’ଣ ହେବ ?

ଯେଉଁ ଖେଳାଳିମାନେ PS4 ଏବଂ Xbox One ରେ PUBG : Battlegrounds ଖେଳୁଥିଲେ ଏବଂ ପରବର୍ତ୍ତୀ ପିଢ଼ିର କନସୋଲ୍‌କୁ ସିଫ୍ଟ କରିପାରିବେ ନାହିଁ, ସେମାନଙ୍କ ପାଇଁ ରିଫଣ୍ଡର ସୁବିଧା ଦିଆଯିବ । Battlegrounds Plus ଏବଂ PUBG : Battlegrounds ପାଇଁ ରିଫଣ୍ଡ ସମ୍ପୃକ୍ତ ପ୍ଲାଟଫର୍ମ (Sony ଏବଂ Microsoft) ର ପଲିସି ଏବଂ ନିୟମ ଅନୁସାରେ କରାଯିବ । ଉଲ୍ଲେଖଯୋଗ୍ୟ ଯେ PUBG ୨୦୨୨ ରୁ ଫ୍ରି-ଟୁ-ପ୍ଲେ ଗେମ୍ ହୋଇସାରିଛି । ବର୍ତ୍ତମାନ PUBG କନସୋଲ୍ ଗେମିଙ୍ଗର ଫୋକସ୍ ସମ୍ପୂର୍ଣ୍ଣ ଭାବେ ନେକ୍ସ୍ଟ ଜେନେରେସନ୍ ପ୍ଲାଟଫର୍ମ ଉପରେ ରହିବ ।