ଏବେଠୁ କଟକରେ ମାତିଲେଣି ନିଶା ମାଫିଆ ; ୧୨ ଦିନରେ ଜବତ ହେଲାଣି ୭୦ଲକ୍ଷ ଟଙ୍କାର ନିଶାଦ୍ରବ୍ୟ

ପାର୍ବଣ ପୂର୍ବରୁ କଟକରେ ମାତିଲେଣି ନିଶା ମାଫିଆ । ୧୨ ଦିନରେ ଜବତ ହେଲାଣି ୭୦ଲକ୍ଷ ଟଙ୍କାର ନିଶାଦ୍ରବ୍ୟ । ବାଂଲାଦେଶ ଯାଏ ଲମ୍ୱିଛି ଚେର  । ଧରିବାକୁ ଅବକାରୀ ବିଭାଗ ପ୍ରସ୍ତୁତ କଲାଣି ମାଫିଆଙ୍କ ତାଲିକା ।

20

କନକ ବ୍ୟୁରୋ:  ପୂଜା ପୂର୍ବରୁ କଟକରେ ସକ୍ରିୟ ହେଲେଣି ନିଶା ମାଫିଆ । ୧୨ ଦିନରେ ଜବତ ହେଲାଣି ୭୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଓ କଫ ସିରଫ। କଟକରୁ କୋଲକାତା, ବିହାର, ବଙ୍ଗଳାଦେଶ ପର୍ଯ୍ୟନ୍ତ ଲମ୍ବିଛି ଏହି ଚେର। ଆଗକୁ ପାର୍ବଣ ଥିବାରୁ, ଚୋରା ଦେଶୀ ବିଦେଶୀ ମଦ, ଧଳା ଜହର ଓ ଗଞ୍ଜେଇ କାରବାର ଅବକାରୀ ଓ ପୋଲିସ ବିଭାଗର ଚିନ୍ତା ବଢ଼ାଇଛି । 

କଟକରେ ମାତିଛନ୍ତି ନିଶା ମାଫିଆ । କୋଲକାତା, ବିହାର ଓ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି ନିଶା କାରବାର ଚେର। ଚଳିତ ମାସରେ ଜବତ ହେଲାଣି ପ୍ରାୟ ୭୦ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ । ନଜର ପକାନ୍ତୁ ତଥ୍ୟ ଉପରେ ଜୁଲାଇ ୩୧ରେ ବାଦାମବାଡ଼ିର ଏକ କୋରିଅର ସଂସ୍ଥାରୁ ୩୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନିଷିଦ୍ଧ କଫ ସିରଫ୍‌ ଜବତ । ଏଥିରେ ବିହାର ଲିଙ୍କ ମିଳିଥିଲା। ଅଗଷ୍ଟ୧୧ରେ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ, ସେହିଭଳି ଅଗଷ୍ଟ ୧୨ରେ କଟକ ସିଡିଏ ଅଞ୍ଚଳରୁ ୧୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ । ପୁଲିସ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧିଜୀବୀ । 

ପାର୍ବଣ ପୂର୍ବରୁ କଟକରେ ଡେରା ପକାଇଲେଣି ଅନ୍ତରାଜ୍ୟ ନିଶା ମାଫିଆ, ପ୍ରସ୍ତୁତ କଲେଣି ବ୍ଲୁପ୍ରିଣ୍ଟ। କାରଣ ଏହି ସମୟରେ ଦୁଇଗୁଣା କାରବାର ହୋଇଥାଏ । କଟକ ଅବକାରୀ ବିଭାଗ ତଥ୍ୟ କହୁଛି, ୨୦୨୪-୨୫ରେ କେବଳ ପାର୍ବଣର ୪୦ଦିନରେ, ନିଶା କାରବାର ନେଇ ୨୭୧ ମାମଲା ରୁଜୁ ହୋଇଥିବା ବେଳେ ୧କୋଟି ୧୦ ଲକ୍ଷ ୫୭ ହଜାର ଟଙ୍କାର ନିଶା ଦ୍ରବ୍ୟ ଜବତ କରିଥିଲା ଅବକାରୀ ବିଭାଗ । ତେଣୁ ଏଥର ନିଶା ମାଫିଆଙ୍କୁ ବାନ୍ଧିବାକୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ୨୦ରୁ ଅଧିକ ନିଶା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe