ଏଣିକି ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ: ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର

ନିଜସ୍ୱ ଘୋଷଣାପତ୍ର ବା ସେଲ୍‌ଫ ଡିକ୍ଲାରେସନ୍ ଫର୍ମ ଦେଇ ଚାଷୀମାନେ ପଞ୍ଜୀକରଣ କରିପାରିବେ। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ଅତିରିକ୍ତ ସଚିବ।

06

Photograph: (kanak news)

କନକ ବ୍ୟୁରୋ: ସହଜ ହେଲା ଚାଷୀ ପଞ୍ଜୀକରଣ। ଚଳିତ ଖରିଫ୍ ଋତୁ ପାଇଁ ଚାଷୀ ପଞ୍ଜୀକରଣକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର। ଏଣିକି ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର। ରାଜସ୍ବ ନିରୀକ୍ଷକଙ୍କଠାରୁ ରିପୋର୍ଟ ଆଣିବାକୁ ପଡ଼ିବ ନାହିଁ। ନିଜସ୍ୱ ଘୋଷଣାପତ୍ର ବା ସେଲ୍‌ଫ ଡିକ୍ଲାରେସନ୍ ଫର୍ମ ଦେଇ ଚାଷୀମାନେ ପଞ୍ଜୀକରଣ କରିପାରିବେ। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ଅତିରିକ୍ତ ସଚିବ। ଚଳିତବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ ପ୍ଲଟ୍ ବାପା, ଜେଜେବାପାଙ୍କ ନାଁରେ ରହିଛି, ତାର ଉତ୍ତରାଧିକାରୀ କେଉଁମାନେ ରହିଛନ୍ତି, ତାର ପ୍ରମାଣପତ୍ର ଆର.ଆଇଙ୍କଠୁ ଆଣିବା ପାଇଁ ପଡୁଥିଲା। ଏହା ସହିତ ଲିଗାଲ୍ ହେୟାରରେ ଥିବା ସମସ୍ତ ସଦସ୍ୟଙ୍କ ଅନୁମତିପତ୍ର ବି ଦରକାର ପଡୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe