କନକ ବ୍ୟୁରୋ : ଟେନିସ୍ ଷ୍ଟାର ଖେଳାଳୀ ନୋଭାକ ଜୋକୋବିଚ ଦାବି କରିଛନ୍ତି କି, ୨୦୨୨ ମସିହାରେ ଯେତେବେଳେ ସେ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ, ସେତେବେଳେ ତାଙ୍କୁ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା । ସେହି ସମୟରେ ସେ ମେଲବର୍ଣ୍ଣରେ ରହିଥିଲେ । ଏହାସହ ସେତେବେଳେ କୋଭିଡ ଚାଲିଥିଲା ଆଉ ସେ ଟିକା ନେବାକୁ ମନା କରିବାକୁ ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇଥିଲା । 

Advertisment

୩୭ ବର୍ଷିୟ ନୋଭାକ ଜୋକୋବିଚ ଗୁରୁବାର ଦିନ ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ କି, ମୋତେ ସେହି ସମୟରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ଏହାପରେ ମୁଁ ଅନୁଭବ କରିଥିଲି କି ମେଲବର୍ଣ୍ଣର ସେହି ହୋଟେଲରେ ମୋତେ ଏଭଳି କିଛି ଖାଦ୍ୟ ଖାଇବାକୁ ଦିଆଯାଇଥିଲା ଯେଉଁଥିରେ ବିଷ ମିଶିଥିଲା । ଏହାପରେ ମୁଁ ସର୍ବିୟା ଫେରି ଜାଣିବାକୁ ପାଇଲି କି, ମୋ ଶରୀରରେ ପାରା ଓ ଶିଶାର ମାତ୍ର ବଢିଯାଇଥିଲା । 

ନୋଭାକ ଜୋକୋବିଚଙ୍କ ଏଭଳି ବୟାନ ପରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି କି, ଏହି ପ୍ରସଙ୍ଗ ଦେଶ ସହ ଜଡିତ ଥିବାରୁ ଏହା ଉପରେ କୌଣସି ଟିପ୍ପଣୀ ଦିଆଯାଇପାରିବ ନାହିଁ । ହେଲେ ଅଷ୍ଟ୍ରେଲିଆ ସରକାର କହିଛନ୍ତି କି, ଯେଉଁ ହୋଟେଲରେ ନୋଭାକ ଜୋକୋବିଚଙ୍କୁ ରଖାଯାଇଥିଲା ସେଠାରେ ସବୁଠାରୁ ଅଧିକ ସୁସ୍ଥକର ଖାଦ୍ୟ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ପ୍ରଦାନ କରାଯାଏ ।