କନକ ବ୍ୟୁରୋ :  ଭାରତୀୟ ସେନାକୁ ବଡ ସଫଳତା । ନିହତ ହେଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ବାଗୁ ଖାନ ।ଗୁରେଜ ସେକ୍ଟରରେ ସେନା ଓ ଆତଙ୍କୀ ମଧ୍ୟରେ ୩ ଘଣ୍ଟାର ମୁହାଁମୁହିଁ ପରେ ବାଗୁ ଖାନ ନିପାତ ହୋଇଛି ।ଘାଟିରେ ସମନ୍ଦର ଚାଚା ଭାବେ ଜଣାଯାଉଥିଲା ବାଗୁ ।
ଘାଟିର ‘ଜିପିଏସ୍‌’ ଆତଙ୍କୀ ନିପାତ
ବାଗୁ ଖାନ୍‌ର ଏନ୍‌କାଉଣ୍ଟର
-ଦୀର୍ଘଦିନ ହେବ ପିଓକେରେ ସକ୍ରିୟ ଥିଲା 
-୧୦୦ରୁ ଅଧିକ ଆତଙ୍କୀ ଅନୁପ୍ରବେଶର ମାଷ୍ଟରମାଇଣ୍ଡ  
-କାଶ୍ମୀର ଘାଟିରେ ଜିପିଏସ୍‌ ଭାବେ ଜଣାଯାଉଥିଲା
-ଦୁର୍ଗମ ଅଞ୍ଚଳର ଟିକିନିଖି ରାସ୍ତା ବାବଦରେ ଜାଣିଥିଲା ବାଗୁ 
-ଆତଙ୍କବାଦୀ ସଂଗଠନ ମୋଟା ଅଙ୍କର ଅର୍ଥ ଦେଇ ବାଗୁଠୁ ତଥ୍ୟ ନେଉଥିଲେ 
-ହିଜବୁଲର ମୋଷ୍ଟୱାଣ୍ଟେଡ୍‌ ଆତଙ୍କୀ
-ଲସ୍କର ଓ ଜୈଶ ପାଇଁ ମଧ୍ୟ କାମ କରୁଥିଲା