କନକ ବ୍ୟୁରୋ : ଝାଡ଼ଖଣ୍ଡରେ ପୁଲିସ୍-ମାଓବାଦୀ ମଧ୍ୟରେ ଏନ୍କାଉଣ୍ଟର, ଟପ୍ ମାଓ ନେତା ମୁଖଦେବ ଯାଦବ ନିହତ । ଏହି କୁଖ୍ୟାତ ମାଓବାଦୀର ମୁଣ୍ଡ ଉପରେ ରହିଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡରେ ମୁଖଦେବ ପ୍ରାଣ ହରାଇଛି । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍ପିସି ମଧ୍ୟରେ ହୋଇଥିବା ସଂଘର୍ଷରେ ଯାଦବ ନିହତ ହୋଇଛି । ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍ପି ରେଶମା ରାମେଶନ, ଅତିରିକ୍ତ ଏସ୍ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା । ଏହି ସଂଘର୍ଷରେ ଟିଏସ୍ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି ।
ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ତୁଫାନ୍ ନିହତ : ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର ରାଶି
ଟପ୍ ମାଓ ନେତା ମୁଖଦେବ ଯାଦବ ନିହତ । ଏହି କୁଖ୍ୟାତ ମାଓବାଦୀର ମୁଣ୍ଡ ଉପରେ ରହିଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ।
/kanak/media/media_files/2025/09/15/encounter-2025-09-15-09-01-01.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)