ଏମିତି ଖସିଥିଲା ମଧୁକାନ୍ତ ! ପୁଲିସ ଆଗରେ ଓଗାରିଛି ସତ

Advertisment

ମଧୁକାନ୍ତକୁ ରିମାଣ୍ଡରେ ନେଇ ସେ ସବୁ ତଥ୍ୟ ଉଗାରିଛି ପୁଲିସ । ୫ ଦିନ ପୂର୍ବରୁ ସ୍ଥିର ହୋଇଥିଲା ତାରିଖ । ଦଶହରାରେ ଖସିବାକୁ କରିଥିଲେ ଯୋଜନା । ଜେଲ୍ ଭିତରେ ଧୁମ୍‌ଧାମରେ ପାଳନ ହୁଏ ଦୁର୍ଗାପୂଜା । ତେଣୁ ଏହି ଦିନ ଜେଲରୁ ଖସିବାକୁ ପୂର୍ବରୁ ସ୍ଥିର କରିଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରଣା ଓ ରାଜା ସାହାଣୀ ।

ମଧୁକାନ୍ତକୁ ରିମାଣ୍ଡରେ ନେଇ ସେ ସବୁ ତଥ୍ୟ ଉଗାରିଛି ପୁଲିସ । ୫ ଦିନ ପୂର୍ବରୁ ସ୍ଥିର ହୋଇଥିଲା ତାରିଖ । ଦଶହରାରେ ଖସିବାକୁ କରିଥିଲେ ଯୋଜନା । ଜେଲ୍ ଭିତରେ ଧୁମ୍‌ଧାମରେ ପାଳନ ହୁଏ ଦୁର୍ଗାପୂଜା । ତେଣୁ ଏହି ଦିନ ଜେଲରୁ ଖସିବାକୁ ପୂର୍ବରୁ ସ୍ଥିର କରିଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରଣା ଓ ରାଜା ସାହାଣୀ ।

Madhukant Rana

Madhukant Rana Photograph: (Kanak News)

କନକ ବ୍ୟୁରୋ : ଚୌଦ୍ୱାର ଜେଲ୍‌ରୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା । ଜେଲ୍ ସୁରକ୍ଷାକୁ ନଜରରେ ରଖି ତାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ କିଭଳି ଚୌଦ୍ୱାର ଜେଲ୍‌ରୁ ଫେରାର ହୋଇଥିଲେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ସେ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ମଧୁକାନ୍ତକୁ ରିମାଣ୍ଡରେ ନେଇ ସେ ସବୁ ତଥ୍ୟ ଉଗାରିଛି ପୁଲିସ । ୫ ଦିନ ପୂର୍ବରୁ ସ୍ଥିର ହୋଇଥିଲା ତାରିଖ । ଦଶହରାରେ ଖସିବାକୁ କରିଥିଲେ ଯୋଜନା । ଜେଲ୍ ଭିତରେ ଧୁମ୍‌ଧାମରେ ପାଳନ ହୁଏ ଦୁର୍ଗାପୂଜା । ତେଣୁ ଏହି ଦିନ ଜେଲରୁ ଖସିବାକୁ ପୂର୍ବରୁ ସ୍ଥିର କରିଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରଣା ଓ ରାଜା ସାହାଣୀ । ଜଣେ କର୍ମଚାରୀଠାରୁ ପାଇଥିବା ଆରିକୁ ଉଭୟ ପରସ୍ପର ଭିତରେ ବଦଳାଇ ସେଲ୍ କାଟୁଥିଲେ । ଲୁହା ରଡ୍‌ର କଟା ଚିହ୍ନକୁ ଲୁଚାଇବାକୁ ମଶାବତିର ଗୁଣ୍ଡ ଓ ଚିନିକୁ ମିଶାଇ ଅଠା କରି ମାରୁଥିଲେ । ସେଲ୍‌ ସମ୍ମୁଖ ସିସିଟିଭିକୁ ମଧୁକାନ୍ତ କାନ୍ଥ ଉପରକୁ ମୋଡ଼ିଦେଇଥିଲା । ଦଶହରା ଦିନ ଅର୍ଥାତ୍ ଅକ୍ଟୋବର ୨ ତାରିଖ ମଧ୍ୟରାତ୍ରି । ନିଘୋଡ଼ ନିଦରେ ଶୋଇଥାନ୍ତି ସାଥୀ କଏଦୀ । ସେଲ୍ କାଟି ବାହାରି ଆସିଲେ ରାଜା ଓ ମଧୁକାନ୍ତ । ଜେଲ୍‌ର ଇନର୍ ପାଚେରି ଉଚ୍ଚତା କମ୍ ଥିବାରୁ ତାକୁ ସହଜରେ ଡେଇଁଗଲେ । ଏହାପରେ ବାହାର ପାଚେରି ଉପରକୁ କମ୍ବଳ-ପ୍ୟାଣ୍ଟରେ ତିଆରି ଦଉଡ଼ି ପକାଇ ପ୍ରଥମେ ମଧୁକାନ୍ତ ଓ ପରେ ରାଜା ଆରପଟକୁ ଡେଇଁଥିଲେ ।

ଅଧିକ ପଢ଼ନ୍ତୁ : ଇଡି ଖୋଳିବ ଖଣିବାବୁଙ୍କ କାରନାମା !

ଉଭୟଙ୍କୁ ଧରିବା ଲାଗି ୭ଟି ରାଜ୍ୟ, ୮ ହଜାର କିଲୋମିଟର ପୁଲିସ ଘୂରି ବୁଲିବା ସହ ଏଥିଲାଗି ସ୍ପେଶାଲ ୨୬ ଟିମ୍ ଗଠନ କରିଥିଲା । ଉତ୍ତର ପ୍ରଦେଶ ବୃନ୍ଦାବନ ଆଶ୍ରମରେ ରହି ମଧୁକାନ୍ତ କାମ କରୁଥିବା ଜଣା ପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା । ଜେଲ୍‌ରୁ ଫେରାର ପରେ ଦୁଇ ଅପରାଧୀ ନିଜ ନାଁ ବଦଳାଇ ଭିନ୍ନ ନାଁରେ ଟିକେଟ କରି ଟ୍ରେନରେ ଚମ୍ପଟ ମାରିଥିଲେ । ଏହାପରେ ଦୁହେଁ ଅଲଗା ହୋଇ ଯାଇଥିଲେ । କେବେ ବି ମୋବାଇଲ ଫୋନ୍‌ ବ୍ୟବହାର କରୁନଥିଲେ । ଅନ୍ୟ ଲୋକଙ୍କ ମୋବାଇଲ ଫୋନ୍‌ରେ କଥା ହେଉଥିଲେ । ଏସବୁ ତଥ୍ୟକୁ ଏକାଠି ପୁଲିସ ଫେରାର ଥିବା ଅନ୍ୟତମ ଅପରାଧୀ ରାଜା ସାହାଣୀକୁ ଧରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe