କନକ ବ୍ୟୁରୋ : ଢେଙ୍କାନାଳରେ ଏନକାଉଣ୍ଟର । ପୁଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଦେବାଶିଷ ବେହେରା ଓରଫ ହୁଣ୍ଡ । ଏନକାଉଣ୍ଟର କରି ହୁଣ୍ଡକୁ କାବୁ କରିଛି ଢେଙ୍କାନାଳ ପୁଲିସ । ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ହୋଇଛି ଏନକାଉଣ୍ଟର । ଗୋଡରେ ଗୁଳି ବାଜିଥିବାରୁ ହୁଣ୍ଡକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ରାତିରେ ଏକ ସୁଚିନ୍ତିତ ମର୍ଡର ଯୋଜନା କରିଥିଲା ହୁଣ୍ଡ । ସୂଚନା ପାଇ ପୁଲିସ ହୁଣ୍ଡକୁ ଗୋଡାଇଥିଲା । ପୁଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ଅପରାଧୀ । କାମାକ୍ଷାନଗରରେ ଆକ୍ଟିଭ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଇଏ ହେଉଛି ଏକ ମୁଖ୍ୟ ସଦସ୍ୟ। ହୁଣ୍ଡୁ ନାଁରେ ହତ୍ୟା, ଡକାୟତି, ଲୁଟ୍ ଆଦି ୧୮ରୁ ଅଧିକ ମାମଲା ରହିଛି। କୁଖ୍ୟାତ ଅପରାଧୀ ରାକେଶ ନାଥର ଇଏ ହେଉଛି ମୁଖ୍ୟ ସହଯୋଗୀ ।
ଦୁର୍ଦ୍ଦାନ୍ତ ଅପରାଧୀ ଦେବାଶିଷ ବେହରାଙ୍କୁ ଗୋଡାଇ ଗୋଡାଇ ଏନକାଉଣ୍ଟର କଲା ଢେଙ୍କାନାଳ ପୁଲିସ
ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ହୋଇଛି ଏନକାଉଣ୍ଟର । ଗୋଡରେ ଗୁଳି ବାଜିଥିବାରୁ ହୁଣ୍ଡକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
/kanak/media/media_files/2025/04/24/IzyHpUbJ8TC85jTOeZu3.jpg)