କନକବ୍ୟୁରୋ: କୁଖ୍ୟାତ ଅପରାଧୀ ଅନନ୍ତ ପଟ୍ଟନାୟକକୁ ନିର୍ମମ ହତ୍ୟା । ଗଞ୍ଜାମ ସେରଗଡ଼ ଥାନା ବନ୍ଧାଗୁଡା ହାଇସ୍କୁଲ ନିକଟରେ ଅନନ୍ତ କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି । ଅନନ୍ତ ମୋଟର ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ୩ଜଣ ଯୁବକ ଏକ ବୋଲେରୋରେ ଆସି ସଂଘବନ୍ଧ ଭାବେ ଆକ୍ରମଣ କରିବା ସହିତ ହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଖସିଆସିଥିବା ଅନନ୍ତର ଦୁଇ ସହଯୋଗୀ ଥାନାରେ ପହଁଚି ପୋଲିସକୁ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ ।
ସେରଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନନ୍ତ ବିରୋଧରେ ଏନଏସଏ ଲାଗିଥିବା ବେଳେ ଗଞ୍ଜାମର ବିଭିନ୍ନ ଥାନାରେ ପଚିଶରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ଜଣାପଡିଛି । ପୋଲିସ ଆଖିରେ ଧୁଳିଦେଇ ଅନନ୍ତ ନିଜ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିବା ବେଳେ ଶେଷରେ ହତ୍ୟାର ଶିକାର ହୋଇଛି । କିଏ ଓ କାହିଁକି ଅନନ୍ତର ହତ୍ୟା କଲେ ତାକୁ ନେଇ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/21/NGn746DNUEcFjCvcMEiF.jpg)