କନକ ବ୍ୟୁରୋ: ଭରତପୁର ଥାନା ଘଟଣାରେ, ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ଆସିଲା ବିଧିବଦ୍ଧ ବିଜ୍ଞପ୍ତି । ମେଜର ଓ ତାଙ୍କ ବାନ୍ଧବୀ ସମେତ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ନିଲମ୍ୱିତ ଅନ୍ୟ ପୋଲିସ ଅଧିକାରୀଙ୍କ ସତ୍ୟପାଠ ଦାଖଲ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଏଥିସହ ସାଧାରଣ ଲୋକ,ବୁଦ୍ଧିଜୀବୀ ମାନେ ଚାହିଁଲେ ବି ଏ ଘଟଣା ନିଜ ନିଜ ସତ୍ୟପାଠ ଦାଖଲ କରିପାରିବେ । ଆଜିଠୁ ୨୧ ଦିନ ମଧ୍ୟରେ ଏହି ସତ୍ୟପାଠ ଦାଖଲ ପ୍ରକ୍ରିୟା ଜାରି ରହିବ । ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ସମସ୍ତଙ୍କୁ ସମନ କରାଯାଇ ଅଧିକ ତଦନ୍ତ କରାଯିବ।
ଭରତପୁର ଥାନା ଘଟଣାରେ ସତ୍ୟପାଠ ଦାଖଲ ନେଇ ବିଜ୍ଞପ୍ତି ପ୍ରକାଶ ; ୨୧ ଦିନ ଧରି ଜାରି ରହିବ ପ୍ରକ୍ରିୟା
ଭରତପୁର ଥାନା ଘଟଣାରେ ଜଷ୍ଟିସ୍ ସିଆର ଦାସ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ସତ୍ୟପାଠ ଦାଖଲ ନେଇ ନିର୍ଦ୍ଦେଶ । ୨୧ ଦିନ ଧରି ଜାରି ରହିବ ପ୍ରକ୍ରିୟା ।