କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ନୋଟିସ୍ । ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଥିଲା ବିବିସି । କେନ୍ଦ୍ର ସରକାର କହିଛନ୍ତି କି, ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଛି । ଭାରତର ବିବିସି ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ତେବେ ଏହା କି ଧରଣର ରିପୋର୍ଟଂ ବୋଲି କେନ୍ଦ୍ର ସରକାର ଜବାବ ମାଗିଛନ୍ତି । ଫେକ୍ ନ୍ୟୁଜ ପ୍ରସାରଣ ଉପରେ ରୋକ ଲଗାଇବାକୁ ଯାଇ ଆଜି ଭାରତ ପାକିସ୍ତାନର କିଛି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦେଇଛି । 

Advertisment

ତେବେ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଆକ୍ସନମୋଡକୁ ଆସିଛି । ଆତଙ୍କୀଙ୍କୁ ଉଚିତ ଜବାବ ଦେବାକୁ ପ୍ରତିଶ୍ରୁତି ନେଇଛି ଭାରତ । ଆଉ ଆତଙ୍କୀ ଦେଶ ପାକିସ୍ତାନ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେଇଛି ଭାରତ । କୂନୀତି ସ୍ତରରେ ଭାରତ କିଛି ପଦକ୍ଷେପ ନେଇଛି । ସେହିପରି ଭାରତ ଆକ୍ସନ ପରେ ପାକିସ୍ତାନ ବି ଜବାବରେ କିଛି କାର୍ୟ୍ୟାନୁଷ୍ଠାନ ନେଇଥିଲା । ଯାହା ଏବେ ପାକିସ୍ତାନ ଉପରେ ଭାରି ପଡୁଛି । 

ଭାରତ ପାଇଁ ଆକାଶପଥ ବନ୍ଦ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିବ । ଆକାଶପଥ ପାଇଁ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲା ପଡୋଶୀ । ଭାରତୀୟ ବିମାନ କମ୍ପାନିଙ୍କଠାରୁ କରୁଥିଲା ଅର୍ଥ ଉପାର୍ଜନ । ଭାରତକୁ ହଇରାଣ କରିବା ନିଷ୍ପତ୍ତିରେ ଓଲଟା ଫସିଲା ପାକିସ୍ତାନ । ପାକିସ୍ତାନକୁ କୋଟି କୋଟି ମିଲିୟନ ଡରାଲ କ୍ଷତି ହୋଇଛି ।