କନକ ବ୍ୟୁରୋ : ପ୍ରତି ଗାଁକୁ ପିଇବାପାଣି ଯୋଗାଇବାକୁ ପାନୀୟ ଜଳ ପକଳ୍ପ କରାଗଲା । ହେଲେ ଏବେ ବି  ପାଣି ମୁନ୍ଦାଏ ପାଉନାହାନ୍ତି ଲୋକମାନେ । କୋରାପୁଟ ଜ଼ିଲ୍ଲାର ଚଉଦ ଗୋଟି ବ୍ଲକ ରେ ଏହିଭଳି ସମସ୍ୟା ଉପୁଜିଛି । ପାନୀୟ ଜଳ ପକଳ୍ପ ହେବାର କିଛି ମାସ ଠିକ ଠାକ ଚାଲିଲା । ହେଲେ ତାପରେ ପାନୀୟ ଜଳ ପକଳ୍ପରୁ ପାଣି ଆସିବା ବନ୍ଦ ହୋଇଯାଇଛି । କେଉଁଠି ପାଇପ ଫାଟିଛି ତ ଆଉ କେଉଁଠି ଟାଙ୍କିକୁ ପାଣି ଉଠୁନି । ପାନୀୟ ଜଳ ପ୍ରକଳ୍ପ କରି ଠିକାଦାର ଚାଲିଯାଥିବା ବେଳେ ଏବେ ପାଣି ଟୋପେ ପାଇଁ ଗାଁର ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି । ପାଣି ଟୋପାଏ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । 

Advertisment

 କିଛି ଜାଗାରେ ଷ୍ଟାଣ୍ଡ ପୋଷ୍ଟ କୁ ଧୀରେ ଧୀରେ ପାଣି ଆସୁଛି । ରାତି ପାହିଲେ ପାଣି ମୁନ୍ଦାଏ ପାଇଁ ଗାଁର ଛୋଟରୁ ବଡ ସମସ୍ତେ ଅପେକ୍ଷା କରି ରହୁଛନ୍ତି । ଅନେକ ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ଗଲାଣି ଆଉ କିଛି ଜାଗାରେ ଟ୍ୟାପର ଦେଖାନାହିଁ । ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ ।  ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ମାନେ ଆସି ଟିକେ କାମ କରି ଚାଲି ଯାଉଛନ୍ତି । ହେଲେ ଅବସ୍ଥା ପୂର୍ବବତ୍ ରହିଛି। 

ଶୀତ ଦିନରେ ବି ପିଇବା ପାଣି ସମସ୍ୟା । ଜଳ ପ୍ରକଳ୍ପ ଅଚଳ ଯୋଗୁ ଗାଁର ଲୋକମାନେ ବହୁ ସମସ୍ୟା ଭୋଗୁଛନ୍ତି । ଏଥିପ୍ରତି ଗୁରୁତ୍ବ ଦିଆଯାଇ ଖୁବଶୀଘ୍ର ସମାଧାନ କରାଯାଇପାରିଲେ ୧୪ ଟିବ୍ଳକର ଲୋକମାନେ ଉପକୃତ ହୋଇପାରିବେ ।