ପରାଜୟ ଅପେକ୍ଷା ହାତ ନ ମିଳାଇବା ବେଶି ବାଧିଛି, ଏସିସି ଆଗରେ ପାକିସ୍ତାନର କାନ୍ଦ!

Advertisment

ଭାରତର ବ୍ୟାଟିଂ ଦେଖି ଲାଗୁଥିଲା ଯେମିତି ଦୁବାଇରେ ଚାଲିଛି ଅପରେସନ୍‌ ସିନ୍ଦୂର । ପାକିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ ପରେ ଟିମ ଇଣ୍ଡିଆ  ଟସ୍‌ ପଡିବା ସମୟରେ ବା ଖେଳ ପରେ ପାକିସ୍ତାନ ଦଳ ସହ ହାତ ମିଳାଇନଥିଲା ,ଏମିତିକି ପାକିସ୍ତାନ ଦଳ ପଡିଆରେ ଅପେକ୍ଷା କରିଥିଲେ ମଧ୍ୟ ଭାରତ ତଳକୁ ଆସିନଥିଲା ।

ଭାରତର ବ୍ୟାଟିଂ ଦେଖି ଲାଗୁଥିଲା ଯେମିତି ଦୁବାଇରେ ଚାଲିଛି ଅପରେସନ୍‌ ସିନ୍ଦୂର । ପାକିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ ପରେ ଟିମ ଇଣ୍ଡିଆ  ଟସ୍‌ ପଡିବା ସମୟରେ ବା ଖେଳ ପରେ ପାକିସ୍ତାନ ଦଳ ସହ ହାତ ମିଳାଇନଥିଲା ,ଏମିତିକି ପାକିସ୍ତାନ ଦଳ ପଡିଆରେ ଅପେକ୍ଷା କରିଥିଲେ ମଧ୍ୟ ଭାରତ ତଳକୁ ଆସିନଥିଲା ।

50

Photograph: (KANAK NEWS)

କନକ ବ୍ୟୁରୋ: ଭାରତୀୟ ଖେଳାଳି ପାକିସ୍ତାନ ଦଳ ସହ ହାତ ନ ମିଳାଇବା ଘଟଣା ଚର୍ଚ୍ଚାରେ ରହିଛି । ସତରେ କଣ ଟିମ୍‌ ଇଣ୍ଡିଆର ଉପରେ ଜରିମାନା ଲାଗିବ ? କଣ ରହିଛି ଏସିସି ଓ ଆଇସିସିର ନିୟମ?

ଭାରତ ପାକିସ୍ତାନ ମ୍ୟାଚକୁ ନେଇ ସେତେ ରୋମାଞ୍ଚ ଲାଗୁନଥିଲା ହେଲେ ପ୍ରଥମ ଓଭରରୁ ହିଁ ପାକିସ୍ତାନର ୱିକେଟ ଯାଇଥିଲା। ବାସ୍‌ ତାପରେ ଖେଳାଳିଙ୍କ ଠାରୁ ଦର୍ଶକ ଭିତରେ ଏକ ପ୍ରକାର ଉତ୍ସାହ ଭରି ଯାଇଥିଲା । ମ୍ୟାଚ ଭିତରେ ସେ ଭାରତର ବୋଲିଂ ହେଉ କି ପାକିସ୍ତାନର ବୋଲିଂ ଗୋଟେ ସେକେଣ୍ଡ ପାଇଁ ବି ସ୍ଲେଜିଂ ହୋଇନଥିଲା କି ଆଖିର ପଲକ ବି ପଡ଼ିନଥିଲା । ଭାରତର ବ୍ୟାଟିଂ ଦେଖି ଲାଗୁଥିଲା ଯେମିତି ଦୁବାଇରେ ଚାଲିଛି ଅପରେସନ୍‌ ସିନ୍ଦୂର । ପାକିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ ପରେ ଟିମ ଇଣ୍ଡିଆ  ଟସ୍‌ ପଡିବା ସମୟରେ ବା ଖେଳ ପରେ ପାକିସ୍ତାନ ଦଳ ସହ ହାତ ମିଳାଇନଥିଲା ,ଏମିତିକି ପାକିସ୍ତାନ ଦଳ ପଡିଆରେ ଅପେକ୍ଷା କରିଥିଲେ ମଧ୍ୟ ଭାରତ ତଳକୁ ଆସିନଥିଲା । ପୂରା ମ୍ୟାଚ୍‌ରେ ଆପଣ ଦେଖିବେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କୁ ଅଣ ଦେଖା କରିଥିଲେ, କାହା ମୁହଁରେ ହସ ନଥିଲା ମନରେ ଥିଲା ଜିଦି ...କେବଳ ବିଜୟ ।

କ୍ରିକେଟ ଜରିଆରେ ଭାରତ ବିଶ୍ବକୁ ସନ୍ଦେଶ ଦେଇଛି, ପାକିସ୍ତାନ ବିପକ୍ଷରେ ଖେଳିବା ବାଧ୍ୟବାଧକତା ଥିଲା, ହେଲେ ଆତଙ୍କବାଦକୁ କେବେ ବି ବରଦାସ୍ତ କରାଯିବନି ତା ସହ ଶତ୍ରୁ ଦେଶ ସହ ହାତ କଣ ହସିବାକୁ ମଧ୍ୟ ଇଚ୍ଛା ହିଁ ନାହିଁ । ମ୍ୟାଚରେ ସହଜ ବିଜୟ ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, ବିଜୟ ଦେଶ ସହ ଯବାନଙ୍କୁ ସମର୍ପିତ ଏବଂ ଆମେ ପହଲଗାମ୍‌ ପୀଡ଼ିତଙ୍କ ସହ ଅଛୁ। ପାକିସ୍ତାନକୁ ଗୋଟେ ଭଲ ବାହାନା ମିଳିଯାଇଛି, ମ୍ୟାଚରେ ଶୋଚନୀୟ ପରାଜୟ ପରେ ପାକିସ୍ତାନର କୋଚ ଠୁ ପାକ୍‌ ସାମ୍ବାଦିକ ଏବେ ସ୍ବପ୍ନରେ ହାତ ନମିଳାଇବା ଘଟଣାଟି ବେଶି ବାଧିଛି ସେଥିପାଇଁ ତ ପିସିବି କାନ୍ଦି କାନ୍ଦି ଏସିସିରେ ଅଭିଯୋଗ କରିଛି ..ହଁ କରିବିନି ବା କାହିଁକି ଏସିସିର ଅଧ୍ୟକ୍ଷ ନକଭି ରହିଛନ୍ତି । ପାକ୍ ଦଳ ମ୍ୟାନେଜର ମ୍ୟାଚ ରେଫରିଙ୍କୁ ନେଇ ବଡ଼ କଥା ଆସିଛି ,ମ୍ୟାନେଜର କହିଛି ମ୍ୟାଚ ରେଫରି ଦୁଇ ଅଧିନାୟକଙ୍କୁ ହାତ ନ ମିଳାଇବାକୁ ଅନୁରୋଧ କରିଥିଲେ । ହାତ ମିଳାଇବା ଏସିସି- ଆଇସିସି କ୍ରିକେଟ ରୁଲ ବୁକ୍ସରେ ସେମିତି କିଛି ନିୟମ ନାହିଁ କେବଳ ଖେଳ ଭାବନାକୁ ଦର୍ଶାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe