କନକ ବ୍ୟୁରୋ : ଜାତୀୟ ରାଜପଥ କଡ଼ରେ ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ । ମାଡ଼ି ବସିଲା ପୁଲିସ । ମଙ୍ଗଳବାର ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ନେଇ ଖବର ପାଇଥିଲା ପୁଲିସ । ପରେ ଅତର୍କିତ ଚଢ଼ଉ କରିଥିଲା ଗୁରୁଡ଼ିଝାଟିଆ ପୁଲିସ । ଘଟଣା ସ୍ଥଳରୁ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାରେ କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସି ଗାଡ଼ି ସମେତ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଦୀର୍ଘଦିନ ଧରି ଏଭଳି ଅପମିଶ୍ରିତ ଚାଲିଥିବା ନେଇ ସତର୍କ ନଜର ରଖିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡ଼ି ମଧ୍ୟରେ ପାଣି ଲୋଡ୍ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କ୍ୟାମିକାଲ୍ ଅପମିଶ୍ରିତ କରି ଦିଆଯାଉଥିବା ଜଣାପଡ଼ିଛି । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନିକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
କ୍ଷୀର ନୁହେଁ ଜହର ! ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ , ମାଡ଼ି ବସିଲା ପୁଲିସ
ମାଡ଼ି ବସିଲା ପୁଲିସ । ମଙ୍ଗଳବାର ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ନେଇ ଖବର ପାଇଥିଲା ପୁଲିସ ।
/kanak/media/media_files/2025/09/10/milk-2025-09-10-15-43-06.jpg)