କନକ ବ୍ୟୁରୋ: ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ପାକିସ୍ତାନ ପାଇଁ ଏଥର ଅଡୁଆ ବଢ଼ିବାରେ ଲାଗିଛି । ଭାରତ କିମ୍ବା ଇସ୍ରାଏଲ ନୁହେଁ ବରଂ ପଡୋଶୀ ରାଷ୍ଟ୍ର ଇରାନ ଧ୍ୱଂସ କରିବ ପାକିସ୍ତାନକୁ । ପାକିସ୍ତାନ ସେନା ମୁଖ୍ୟ ଅସୀର ମୁନୀରଙ୍କ ଆମେରିକା ଗସ୍ତ ଇରାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମେରିକା ସହିତ ପାକିସ୍ତାନ ସେନା ମୁଖ୍ୟଙ୍କ ନିବିଡ଼ତା ଇରାନ ପାଇଁ ସତର୍କ ଘଣ୍ଟି ହୋଇଛି । କିଛି ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନକୁ ବ୍ୟବହାର କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଭାରତ ସମେତ ଅନେକ ଦେଶର ସମସ୍ୟା ବଢ଼ିବାରେ ଲାଗିଛି । ଭାରତ ଉପରେ ଅତ୍ୟଧିକ ଟାରିଫ ମାଡ ପରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ବଢିଛି।.କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଏହି ଟାରିଫ ଯୁଦ୍ଧ ସମୟରେ ପାକିସ୍ତାନର ସେନାମୁଖ୍ୟ ଅସୀର ମୁନୀର ଆମେରିକା ଗସ୍ତ କରିଛନ୍ତି ଏବଂ ଡୋନାଲଡ ଟ୍ରମ୍ପଙ୍କୁ ଭେଟି ଆଲୋଚନା କରିଥିଲେ।ଏହି ସମୟରେ ଆମେରିକା ମାଟିରୁ ଭାରତକୁ ଆଣବିକ ଆକ୍ରମଣର ଧମକ ଦେଇଥିଲେ ଅସୀର ମୁନୀର ।
ଇରାନର ପରମାଣୁ ଶକ୍ତି ଉପରେ ସର୍ବଦା ଇସ୍ରାଏଲ ଏବଂ ଆମେରିକାର ଆଖି । ଏହି ଦୁଇ ଦେଶ କେବେ ବି ଇରାନର ପରମାଣୁ ସଫଳତାକୁ ଗ୍ରହଣ କରିପାରୁ ନାହାନ୍ତି । ଇସ୍ରାଏଲ ଏବଂ ଇରାନ ଭାରତର ବନ୍ଧୁ ଦେଶ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଅସୀର ମୁନୀରଙ୍କ ଆମେରିକା ଗସ୍ତ ଏବଂ ଡୋନାଲଡ ଟ୍ରମ୍ପଙ୍କ ସହିତ ନିବିଡ଼ତା ଇରାନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । .ଆମେରିକା ପାଖରେ B ୨ ବମ୍ବର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ଯାହା ରାଡ଼ାର ନଜରରରୁ ସହଜରେ ଖସି ଯାଇପାରିବ ଏବଂ ଶତ୍ରୁ ଉପରେ ଆକ୍ରମଣ କରିବ କିନ୍ତୁ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ପାକିସ୍ତାନକୁ ବ୍ୟବହାର କରିବା ପାଇଁ ଚାଁହୁଛି ।
ପାକିସ୍ତାନର ଏଆରବେଶରୁ ଇରାନ ଉପରେ ଆକ୍ରମଣ ଆମେରିକା ପାଇଁ ଅତ୍ୟନ୍ତ ସହଜ ଯାହା ଇରାନ ସହଜରେ ଗ୍ରହଣ କରି ପାରୁନାହିଁ । ପୂର୍ବରୁ ଇରାନ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣ କରି ସାରିଛି । ରକ୍ଷା ବିଶେଷାନଜ୍ଞଙ୍କ ମତରେ ଇରାନର ସର୍ବୋଚ୍ଚ ନେତା ଖାମୋନେଇ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କ ଆମେରିକା ଗସ୍ତ ଏବଂ ଟ୍ରମ୍ପଙ୍କ ସହ ନିବିଡ଼ତା ଆଦୌ ଗ୍ରହଣ କରି ପାରୁ ନାହାନ୍ତି । ନିଜ ଦେଶର ସୁରକ୍ଷା ପାଇଁ ଇରାନ ହୁଏତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଏଥିରେ ସନ୍ଦେହ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/21/13-2025-08-21-14-53-21.jpg)