ସଂସଦ ନୁହେଁ ଏବେ ରାଜ୍ୟ ବିଧାନସଭାରେ ଆଦାନୀ ଝଡ । ବରଗଡ ସିମେଣ୍ଟ କାରଖାନା ବନ୍ଦ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ବରଗଡରେ ଥିବା ସରକାରୀ ସିମେଣ୍ଟ କମ୍ପାନୀକୁ ୨୦୦୩ ମସିହାରେ ସରକାର ଘରୋଇକରଣ କରି ଏସିସି ସିମେଣ୍ଟକୁ ଦିଆଯାଇଥିଲା । ବର୍ତ୍ତମାନ ଏସିସି କମ୍ପାନୀର ଅଧିକାଂଶ ସେୟାର ଆଦାନୀ କମ୍ପାନୀ କିଣି ନେଇଥିବାରୁ ବର୍ତ୍ତମାନ ଏସିସିର ମାଲିକ ହେଉଛି ଆଦାନୀ କମ୍ପାନୀ । ଆଦାନୀ ହାତକୁ ଏସିସି ଯିବା ପରେ କମ୍ପାନୀ ମନମାନୀ ଚଳାଇଛି ।

fsdfsdsfsdfsdf

କନକ ବ୍ୟୁରୋ : ସଂସଦରେ ବିରୋଧୀ ଆଦାନୀ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରୁଥିବା ବେଳେ ଆଜି ରାଜ୍ୟ ବିଧାନସଭାରେ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି । ଶୂନ୍ୟକାଳରେ ବିଜେଡି ପ୍ରଶ୍ନ ଉଠାଇଛି କି, ବରଗଡରେ ଥିବା ସରକାରୀ ସିମେଣ୍ଟ କାରଖାନା ବନ୍ଦ ପଛରେ ଆଦାନୀ କମ୍ପାନୀର ହାତ ଥିବା ବିଜେଡି ଅଭିଯୋଗ କରିଛି । ଦଳ କହିଛି କି, ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ ଆଣି ସିମେଣ୍ଟ କାରଖାନାରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ ଚାହୁଁଛି ଆଦାନୀ କମ୍ପାନୀ । ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ । 

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ବରଗଡରେ ଥିବା ସରକାରୀ ସିମେଣ୍ଟ କମ୍ପାନୀକୁ ୨୦୦୩ ମସିହାରେ ସରକାର ଘରୋଇକରଣ କରି ଏସିସି ସିମେଣ୍ଟକୁ ଦିଆଯାଇଥିଲା । ବର୍ତ୍ତମାନ ଏସିସି କମ୍ପାନୀର ଅଧିକାଂଶ ସେୟାର ଆଦାନୀ କମ୍ପାନୀ କିଣି ନେଇଥିବାରୁ ବର୍ତ୍ତମାନ ଏସିସିର ମାଲିକ ହେଉଛି ଆଦାନୀ କମ୍ପାନୀ । ଆଦାନୀ ହାତକୁ ଏସିସି ଯିବା ପରେ କମ୍ପାନୀ ମନମାନୀ ଚଳାଇଛି । କିଛି କର୍ମଚାରୀଙ୍କୁ ଜୋର ଜବରଦସ୍ତ ଅବସର ନେବାକୁ ବାଧ୍ୟ କରାଯାଉଥିବା ବେଳେ କିଛି କର୍ମଚାରୀଙ୍କୁ ବାହାରକୁ ପଠାଇଦିଆଯାଇଛି । ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ୍ ଆଣି ସିମେଣ୍ଟ କାରଖାନା ଭିତରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ବିଜେଡି ଅଭିଯୋଗ ଆଣିଛି । ସରକାର ଗୋଟିଏ କମ୍ପାନୀକୁ ସିମେଣ୍ଟ କାରଖାନା ଦେଇଥିଲେ ହେଲେ କମ୍ପାନୀ ଅନ୍ୟ ଜଣଙ୍କୁ କିଭଳି ବିକ୍ରି କଲା ବୋଲି ବିଜେଡି ପ୍ରଶ୍ନ କରିବା ସହ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe