କନକ ବ୍ୟୁରୋ : ପ୍ରକୃତ ହିତାଧିକାରୀଙ୍କ ମିଳୁନି ସାହାର୍ୟ୍ୟ ସହଯୋଗ । ଭୁତ ଖାଇଯାଉଛି ଆବାସ ଟଙ୍କା । କେନ୍ଦୁଝର ଜିଲ୍ଲା ହାଟଡିହି ପନ୍ଦାଡୋ ପଞ୍ଚାୟତରେ ଆବାସ କେଳଙ୍କାରୀ ଦେଖିବାକୁ ମିଳିଛି । ଭୂତ ନାଁରେ ଦିଆଯାଇଛି ପ୍ରଧାନମନ୍ତ୍ରୀ ଆବାସ ଘର । ହେଲେ ନାଁ ଅଛି ଘର ନା ଅଛନ୍ତି ହିତାଧିକାରୀ । ହେଲେ ଉଠାଯାଉଛି ବିଲ୍ । ପନ୍ଦାଡୋ ପଞ୍ଚାୟତର ସରଳାପସି ଗାଁର ପ୍ରଶାନ୍ତ ମୁଣ୍ଡାଙ୍କ ପଅ ରାମ ମୁଣ୍ଡା ନାଁ ରେ ଆବାସ ଯୋଜନା ଘର ଯୋଗାଇ ଦିଆଯାଇଛି । ଜମା ଖାତାକୁ ପ୍ରଥମ କିସ୍ତି ୪୦ ହଜାର ଓ ପରେ କାମ କରିଥିବା ଦର୍ଶାଇ ଦିତୀୟ କିସ୍ତିରେ ୬୫ ହଜାର ପ୍ରଦାନ କରାଯାଇଛି। ହେଲେ ନା ଅଛି ଘର ନା ଅଛନ୍ତି ହିତାଧିକାରୀ । ହେଲେ ସମସ୍ତ ପ୍ରମାଣ ସହ ଅର୍ଥ ଦିଆଯାଇଛି ଯାହାକୁ ନେଇ ଉଠିଛି ପ୍ରଶ୍ନ ?

Advertisment

 ଭୁଲ୍ ନାଁ ଥିବା ଲୋକଙ୍କ ନାଁରେ କିଭଳି ଆକାଉଣ୍ଟ ହେଲା ? ଦୁଇ କିସ୍ତିରେ କିଭଳି ଟଙ୍କା ଗଲା ସେ ନେଇ ଉଠିଛି ପ୍ରଶ୍ନ? ତେବେ ବ୍ୟାଙ୍କ ମାଧ୍ୟମରେ ଯେଉଁ ୧ଲକ୍ଷ ୫ହଜାର ଟଙ୍କା ଯାଇଛି ତାହା ମାନସ ମହାନ୍ତି ନାମକ ଜଣେ ଏକାଉଣ୍ଟ ଧାରୀଙ୍କ ପାଖକୁ ଯାଇଥିବା ଜଣାପଡିଛି । ତେବେ ନିର୍ଦ୍ଦିଷ୍ଟ ଲୋକ ନଥିବା ବେଳେ କାର୍ୟ୍ୟାଦେଶ କିଏ ଦେଲା ଓ ଅର୍ଥରାଶି କିଭଳି ଗଲା ତାକୁ ନେଇ ଉଠିଛି ପ୍ରଶ୍ନ ? ଏନେଇ ତଦନ୍ତ କରାଯିବାର ମିଳିଛି ପ୍ରତିଶ୍ରୁତି । 

ପଞ୍ଚାୟତରେ ଏହିଭଳି ଆହୁରି ଅନେକ ଆବାସ ଯୋଜନା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବା ବେଳେ  ଏହାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।