କନକ ବ୍ୟୁରୋ : ସୁବର୍ଣ୍ଣପୁର ପ୍ରସିଦ୍ଧ ରାମେଶ୍ୱର ପୀଠରେ ସାମୁହିକ ବ୍ରତୋପନୟନ ଉତ୍ସବ ଆୟୋଜିତ । ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଦ୍ଵିତୀୟ ଥର ପାଇଁ ଏହି ଉତ୍ସବରେ ଆୟୋଜନ କରାଯାଇଛି । ଉତ୍ସବରେ ଅଷ୍ଟପ୍ରହରୀ ନାମ ଯଜ୍ଞର ଆୟୋଜନ କରାଯାଇଛି । ଏବଂ ୧୬ ଜଣ ବ୍ରହ୍ମଚାରୀ ଯଜ୍ଞ ପବିତ ଧାରଣ କରିଛନ୍ତି । ଗରିବ ବ୍ରାହ୍ମଣ ପରିବାରର ସମସ୍ତ ଖର୍ଚ୍ଚ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ବହନ କରାଯାଇଥିବାରୁ ସମସ୍ତେ ବେଶ ଖୁସି ଅଛନ୍ତି ।

Advertisment

ମନ୍ତ୍ର ଧ୍ୱନିରେ ଫାଟି ପଡୁଛି ପରିବେଶ । ହୋମ ଯଜ୍ଞ ସାଙ୍ଗକୁ ଚାଲିଛି ପୂଜା ପାଠ । ଜଣେ କି ଦୁଇ ଜଣ ନୁହେଁ, ଏକା ସାଙ୍ଗରେ ୧୬ ଜଣ ବ୍ରହ୍ମଚାରୀ ଯଜ୍ଞ ପବିତ ଧାରଣ କରୁଛନ୍ତି । ଏ ହେଉଛି ସୁବର୍ଣ୍ଣପୁରର ପ୍ରସିଦ୍ଧ ତ୍ରିବେଣୀ ସଙ୍ଗମ ରାମେଶ୍ୱର ପୀଠର ଦୃଶ୍ୟ । ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ଥର ପାଇଁ ସାମୂହିକ ବ୍ରତୋପନୟନ କରାଯାଇଛି । ଗରୀବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ପାଇଁ ନିମନ୍ତ୍ରଣ କରାଯାଇଛି । ଆଉ ତାଙ୍କର ସମସ୍ତ ଖର୍ଚ୍ଚ ଚନ୍ଦ୍ରିକା ଟ୍ରଷ୍ଟ ପକ୍ଷରୁ ବହନ କରାଯାଇଛି ।

ପ୍ରତିବର୍ଷ ମାଘ କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଏହି ସାମୁହିକ ବ୍ରତୋପନୟନର ଆୟୋଜନ କରାଯାଇଥାଏ । ବ୍ରହ୍ମଚାରୀମାନଙ୍କ ଯଜ୍ଞ ପବିତ ଧାରଣ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇ ଦେବା ସହ ଯଜ୍ଞର ସମସ୍ତ ସାମଗ୍ରୀ, ଶ୍ରୀଅନ୍ନ ଯଜ୍ଞ, ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଦିର ଆୟୋଜନ କରିଥାନ୍ତି ଚନ୍ଦ୍ରିକା ସେବା ଟ୍ରଷ୍ଟ ।

ଅର୍ଥ ପାଇଁ ବ୍ରତ କରିପାରୁନଥିବା ଅସହାୟ ବ୍ରାହ୍ମଣ ପରିବାରଙ୍କ ପାଇଁ ବରଦାନ ସାଜିଛି ଚନ୍ଦ୍ରିକା ସେବା ଟ୍ରଷ୍ଟ ।